fbpx

ବାପା ଖୋଳିଥିବା ବୋରୱେଲରେ ପଡିଲା ପୁଅ; ଚାଲିଛି ଉଦ୍ଧାର କାର୍ଯ୍ୟ

ନୂଆଦିଲ୍ଲୀ: ପୁଣିଥରେ ବୋରୱେଲରେ ଫସିଛି ଜଣେ କଅଁଳ ଶିଶୁର ଜୀବନ । ୪୦୦ ଫୁଟ ଗଭିର ଥିବା ଗୋଟିଏ ବରୱେଲରେ ଜଣେ ୮ ବର୍ଷର ଶିଶୁ ପୁତ୍ର ଖସି ପଡିଛି । ଫଳରେ ସେ ୫୫ ଫୁଟରେ ଅଟକି ରହିଥିବା ବେଳେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରୀ ରହିଛି । ତେବେ ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ପହଞ୍ଚିବା ସହ ଏସଡିଆରଏଫ ଟିମ୍ ମଧ୍ୟ ପହଞ୍ଚିଛି । ଏଥିସହିତ ଶିଶୁଟିକୁ ପାଇପ ଯୋଗେ ଅକ୍ସିଜେନ୍ ଦିଆଯାଉଥିବା ଜଣା ପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ମାଣ୍ଡାଭି ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ୮ବର୍ଷର ଶିଶୁ ପୁତ୍ର ବୋରୱେଲରେ ଖସପଡିବା ସହ ସେ ୫୫ ଫୁଟ ଗଭିର ଭିତରେ ଅଟକି ରହିଥିବା ଜଣାପଡିଛି । ତେବେ ପିଲାଟିର ନାଁ ତନ୍ମୟ ଦିୟାବର ବୋଲି ସୂଚନା ମିଳିଛି । ତନ୍ମୟ ତାଙ୍କ ବାପା ସୁନୀଲ ଦିୟାବରଙ୍କ ସହ ଗତକାଲି ସନ୍ଧ୍ୟାରେ ବିଲକୁ ଯାଇଥିଲା । ତେବେ ସେଠାରେ ଥିବା ଏକ ବୋରୱେଲକୁ ଦେଖୁଥିବା ବେଳେ ହଠାତ ସେ ତଳକୁ ଖସି ପଡିଥିଲା । ଫଳରେ ତନ୍ମୟ ବୋରୱେଲର ୫୫ଫୁଟ ଗଭୀର ଭିତରେ ଅଟକି ରହିଥିଲା । ଏହି ବୋରୱେଲର ଗଭିର ୪ ଶହ ଫୁଟ ରହିଥିବା ବେଳେ ଘଟଣାସ୍ଥଳରେ ପ୍ରଶାସନ ପହଂଚି ଉଦ୍ଧାର କାମ ଜାରି ରଖିଛି ।ସେହିପରି ଜେସିବି ମେସିନ ସହୟତାରେ ଗାତ ଖୋଳାଯାଉଥିବା ସହ ପିଲାଟିକୁ ପାଇପ ଯୋଗେ ଅକ୍ସିଜେନ ଯୋଗଇ ଦେବାର ବ୍ୟବସ୍ଥା କରାଯାଇଛି । ଏତତ୍ ବ୍ୟତୀତ ଶିଶୁଟିକୁ ଉଦ୍ଧାର କରିବା ପାଇଁ ମଧ୍ୟପ୍ରଦେଶର ଭୋପାଳ ଓ ହୋସଙ୍ଗାବାଦରୁ ଦୁଇଟି ଏସଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଂଚିବା ସହ ଉଦ୍ଧାରକାର୍ଯ୍ୟରେ ସାମିଲ ହୋଇଛି ।

ସୂଚନା ଅନୁସାରେ ବେତୁଲ ଜିଲ୍ଲା ମାଣ୍ଡାଭି ଗାଁର ସୁନୀଲ ଦିୟାବର, ଗତକାଲି ସନ୍ଧ୍ୟା ସମୟରେ ତାଙ୍କର ୮ ବର୍ଷର ପୁଅ ତନ୍ମୟକୁ ନେଇ ବିଲକୁ ଯାଇଥିଲେ । ଏହି ସମୟରେ ତନ୍ମୟ ବୋରୱେଲ ଗାତକୁ ଚାହୁଁଥିବ ସମୟରେ ହଠାତ୍ ଗାତରେ ପଡ଼ିଯାଇଥିଲେ । ଫଳରେ ପିରବାର ପକ୍ଷରୁ ପୋଲିସକୁ ଓ ପ୍ରଶାସନକୁ ସୂଚନା ଦିଆଯାଇଥିଲା । ଏହାପରେ ପୁଲିସ ଓ ପ୍ରଶାସନର ଟିମ୍ ପହଂଚିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ପରବର୍ତ୍ତୀ ସମୟରେ ଜେସିବି ଯୋଗେ ବୋରୱେଲକୁ ଯିବା ପାଇଁ ଗାତ ଖୋଳିବା ସହ ପାଇବ ଯୋଗେ ତନ୍ମୟକୁ ଅକ୍ସିଜେନ ଯୋଗଇ ଦିଆଯାଇଥିଲା । ଏତତ୍ ବ୍ୟତୀତ ବାପାଙ୍କ ସହ କଥାବାର୍ତା କରିଥିଲେ ତନ୍ମୟ । ତେବେ ଗତକାଲି ସନ୍ଧ୍ୟାରୁ ତନ୍ମୟ ଏହି ବୋରୱେଲରେ ଫସିଥିବା ବେଳେ ବର୍ତ୍ତମାନ ପ୍ରର୍ଯ୍ୟନ୍ତ ତାଙ୍କୁ ଉଦ୍ଧାର କରାଯାଇପାରି ନାହିଁ । ତନ୍ମୟଙ୍କୁ ଉଦ୍ଧାର କରିବା ପାଇଁ ଆହୁରୀ ୨ ରୁ ୩ ଘଣ୍ଟା ସମୟ ଲାଗିବ ବୋଲି ଉଦ୍ଧାରକାରୀ ଟିମ୍ ପକ୍ଷରୁ ସୂଚନା ମିଳିଛି ।

ତେବେ ସବୁଠାରୁ ବିଡମ୍ବନାର ବିଷୟ ହେଉଛି ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ତନ୍ମୟଙ୍କ ବାପା ସୁନୀଲ ଦିୟାବର ଏହି ବୋରୱେଲଟିକୁ ଖୋଳିଥିଲେ । ବୋରୱେଲରେ ଜଳସ୍ତର କମିଯିବାରୁ ସେଠାରେ ଲାଗିଥିବା ମଟର ଖୋଲି ସୁନୀଲ ଦିୟାବର ଘରକୁ ନେଇଯାଇଥିଲେ । ଏଥିସହିତ ବୋରୱେଲଟି ଖୋଲାଥିବା ବେଳେ ସେହି ଖୋଲା ବୋରୱେଲରେ ଗତକାଲି ସନ୍ଧ୍ୟା ୫ଟାରେ ସୁନୀଲଙ୍କ ପୁଅ ତନ୍ମୟ ପଡ଼ିଯାଇଥିଲେ ।

Get real time updates directly on you device, subscribe now.