fbpx

ହାଲ୍ ର ୨ କର୍ମଚାରୀଙ୍କୁ ଉଠାଇଲା ନେଲା ସିବିଆଇ

କୋରାପୁଟ: ବର୍ତ୍ତମାନ ରାଜ୍ୟରେ ତଦନ୍ତକାରୀ ଟିମ ଦୁର୍ନୀତି ବିରୋଧରେ କଡା ପଦକ୍ଷେପ ନେଉଛନ୍ତି । ଏହିପରି ସ୍ଥିତିରେ ଏକ ଦୁର୍ନୀତି ମାମଲା ସାମ୍ନାକୁ ଆସିଛି । ହନି ଟ୍ରାପ ଅଭିଯୋଗରେ ହାଲ୍ ର ୨କର୍ମଚାରୀଙ୍କୁ ସିବିଆଇ ଗିରଫ କରିବା କଥା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଡକ୍ୟୁମେଣ୍ଟ ଲିକ୍ ଅଭିଯୋଗରେ ହାଲ୍ ର ଉଭୟଙ୍କୁ ସିବିଆଇ ଉଠାଇ ନେଇଛି । ସମାନେ ହନି ଟ୍ରାପରେ ଫସି ଡାଟା ଲିକ୍ କରୁଥିଲେ । ତେଣୁ ସିବିଆଇ ନାସିକ ବ୍ରାଞ୍ଚ ସୂଚନା ପରେ ରେଡ୍ କରିଥିଲା । ଏହାପରେ ସଠିକ୍ ତଥ୍ୟ ପାଇବା ପରେ ସେହି ଦୁଇ ଅଭିଯୁକ୍ତଙ୍କୁ ଉଠାଇ ନେଲା ।

ଉଲ୍ଲେଖନୀୟ ଯେ, କିଛିଦିନ ତଳେ ଚମ୍ପୂଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ ମହେନ୍ଦ୍ର ସେଠୀ ଛୁଟିର ଦରମା କରିଦେବାକୁ ୧୦ ହଜାର ଲାଞ୍ଚ ମାଗିଥିଲେ । ଏପରି କରୁଥିବା ସମୟରେ ଭିଜିଲାନ୍ସ ତାଙ୍କୁ ଉଠାଇ ନେଇଥିଲା । ସେଥିପାଇଁ ଭିଜିଲାନ୍ସ ଟିମ ବରିଷ୍ଠ କିରାଣୀଙ୍କ ଚମ୍ପୁଆ ସରକାରୀ କାର୍ଯ୍ୟକାରୀ ବାସ ଭବନ ସମେତ ଯାଜପୁର ଜିଲ୍ଲାର ନିଜ ଘରେ ଏକ କାଳୀନ ଚଢାଉ କରାଯାଇଥିଲା ।

Get real time updates directly on you device, subscribe now.