fbpx
BJD SKY
BJD SKY

ଭୂକମ୍ପ ମୃତ୍ୟୁସଂଖ୍ୟା ୨୬ ହଜାର ଟପିଲା: ଅନ୍ତିମ ସଂସ୍କାର ପାଇଁ ଜାଗା ମିଳୁନି, ପରିସ୍ଥିତି ଜଟିଳ ହେବାରେ ଲାଗିଛି

BJD

ନୂଆଦିଲ୍ଲୀ: ତୁର୍କୀ-ସିରିଆରେ ଦେଖାଦେଇଥିବା ଭୟଙ୍କର ଭୂକମ୍ପ ପାଇଁ ଆଜି ସାରା ବିଶ୍ୱ ଭୟଭୀତ ଅବସ୍ଥାରେ ରହିଛି । ଏପରିକି ଆଗକୁ ଅନ୍ୟ କିଛି ଦେଶରେ ମଧ୍ୟ ଏପରି ସ୍ଥିତି ଦେଖିବାକୁ ମିଳିପାରେ ବୋଲି ଆଶଙ୍କା କରାଯାଉଛି । ଭୂକମ୍ପର ଭୟଙ୍କର ତାଣ୍ଡବରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୬ ହଜାର ଟପିଯାଇଛି । ଏଥିସହିତ ୧୦ ହଜାର ବିଲଡିଂ ଧ୍ୱଂସ ହୋଇଯାଇଛି । ଚାରିଆଡ଼େ ଲୋକଙ୍କର ଶବ ଏତେମାତ୍ରାରେ ପଡ଼ିରହିଛି ଯେ, ସେମାନଙ୍କର ଅନ୍ତିମ ସଂସ୍କାର କରିବା ପାଇଁ ସ୍ଥାନର ଅଭାବ ଦେଖାଯାଇଛି ।

ଭୂକମ୍ପରେ ହଜାର ହଜାର ଲୋକଙ୍କ ମୃତ୍ୟୁକୁ ନେଇ ତୁର୍କୀ ଓ ସିରିଆରେ ଭୟଙ୍କର ତବାହୀ ମଚିଯାଇଛି । ବେଳକୁ ବେଳ ମୃତ୍ୟୁସଂଖ୍ୟା ବଢ଼ୁଛି ପଛକେ କମିବାର ନାଁ ଧରୁନାହିଁ । ତେବେ ଏହା ମଧ୍ୟରେ ତୁର୍କୀରେ ଜଣେ ଭାରତୀୟ ମୃତ୍ୟୁବରଣ କରିଥିବା ଖବର ଆସିଛି । ଦୁଇ ଦେଶରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ରେସକ୍ୟୁ ଟିମ୍ ଆଶଙ୍କା ପ୍ରକାଶ କରିଛନ୍ତି । ୧ ଲକ୍ଷରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି ।

ତେବେ ଏକ୍ସପର୍ଟଙ୍କ ମୁତାବକ, ଭୂକମ୍ପରେ ନଷ୍ଟ ହୋଇଥିବା ପ୍ରତି ୧୦ଟି ଘର ମଧ୍ୟରୁ ଗୋଟିଏ ନୂଆ ଘର ଥିଲା । ଏହି ଘରଗୁଡ଼ିକ ଗତ ୨୦୦୭ ମସିହା ପରେ ନିର୍ମାଣ ହୋଇଥିଲା । ଏହା ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟେସସ ସିରିଆର ଭୂକମ୍ପ ପ୍ରଭାବିତ ସହର ଅଲେପ୍ପୋ ପହଞ୍ଚିଛନ୍ତି । ସେଠାରେ ଭୂକମ୍ପରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳର ସ୍ଥିତି ସମୀକ୍ଷା କରିଛନ୍ତି ।

Get real time updates directly on you device, subscribe now.