ବ୍ୟବସାୟୀଙ୍କ ଘରେ ଚଢାଉ କରୁଛି ସିବିଆଇ: ୪ କୋଟି ଟଙ୍କା ଠକେଇ ମାମଲାରେ ରେଡ

ସମ୍ବଲପୁର: ସମ୍ବଲପୁରର ଜଣେ ବ୍ୟବସାୟୀଙ୍କ ଘରେ ଚଢାଉ ଜାରି ରଖିଛି ସିବିଆଇର ଏକ ଟିମ । ଠକେଇ ଅଭିଯୋଗରେ ବ୍ୟବସାୟୀଙ୍କ ଙରେ ପଡିଛି ରେଡ । ଋଣ ନେଇ ଏହାକୁ ଫେରାଇବା ବଦଳରେ ଠକିଥିବା ତାଙ୍କ ନାଁରେ ଅଭିଯୋଗ ହୋଇଛି । ଏହାପରେ ସିବିଆଇ ତରଫରୁ ଚଢାଉ ଜାରି ରହିଛି ।

ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା ବାଲିବନ୍ଧ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କ ନାଁରେ ୪ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଧାରରେ ସିବିଆଇ ତରଫରୁ ବ୍ୟବସାୟୀଙ୍କ ଘରେ ଚଢାଉ ଜାରି ରହିଛି । ବ୍ୟବସାୟୀ ଜଣକ ଋଣ ନେଇଥିବା ବେଳେ ଏହାକୁ ନ ଫେରାଇ ଠକିଥିବା ଅଭିଯୋଗ କରାଯାଇଥିଲା ।