fbpx

ସୁଶାନ୍ତଙ୍କ ମୃତ୍ୟୁ ତଦନ୍ତ ପାଇଁ ସିବିଆଇର ଟିମ୍, ଜାଣନ୍ତୁ କିଏ କିଏ ଅଛନ୍ତି ସାମିଲ?

ମୁମ୍ବାଇ,୬ ।୮: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତରେ ସିବିଆଇ । ଏନେଇ ମାମଲାର ତଦନ୍ତ ପାଇଁ ସିବିଆଇ ପକ୍ଷରୁ ଏକ ସ୍ୱତନ୍ତ୍ର ଅନୁସନ୍ଧାନ ଟିମ୍ ଗଠନ କରାଯାଇଛି । ଗୁଜରାଟ କ୍ୟାଡର ଆଇପିଏଏସ ମନୋଜ ଶଶିଧରଙ୍କ ନେତୃତ୍ୱରେ ଟିମ୍ ଗଠନ କରାଯାଇଛି । ଆଇପିଏସ ଗଗନଦୀପ ଗମ୍ଭୀର ଓ ମହିଳା ଆଇପିଏଏସ୍ ନୂପୁର ପ୍ରସାଦ ବି ଏସଆଇଟିରେ ସାମିଲ ଅଛନ୍ତିି । ସୁଶାନ୍ତ ମୃତ୍ୟୁ ମାମଲାରେ ନବଗଠିତ ଟିମ୍ ଏତଲା ରୁଜୁ କରିଛି ।

ଅନ୍ୟପଟେ ସୁଶାନ୍ତଙ୍କ ମାମଲାରେ ବିହାର ପୋଲିସ ସମ୍ପର୍କରେ ରହିଛି ସିବିଆଇ । ସୁଶାନ୍ତଙ୍କ ଆତ୍ୱହତ୍ୟାକୁ ନେଇ ଏଫଆଇଆର ଦାଏର ହେବା ସହ ଶୀଘ୍ର ୱେବସାଇଡରେ ଏହାକୁ ଅପଲୋଡ କରାଯିବ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.