fbpx
BSKY
BJD MC SKY
BJD YOUTH SKY

ଆଜି ଲାଲୁ ଯାଦବଙ୍କୁ ପଚରାଉଚରା କରିବ ସିବିଆଇ, ଦିଲ୍ଲୀ ସ୍ଥିତ ଆବାସରେ ପହଁଚିଲେ ଟିମ୍

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାୱଡି ଦେବୀଙ୍କ ପରେ ଆଜି ଲାଲୁ ଯାଦବଙ୍କୁ ପଚରାଉଚରା କରିବ ସିବିଆଇ । ତେଣୁ ସିବିଆଇ ଟିମ୍ ମୀସା ଭାରତୀର ଦିଲ୍ଲୀ ସ୍ଥିତ ଆବାସରେ ପହଁଚିଛି । ଏଥିରେ ପ୍ରଥମେ ସିବିଆଇ ସୋମବାର ଦିନ ପାଟଣାରେ .. ଦେବୀଙ୍କ ସହ ଚାରି ଘଣ୍ଟା ପର୍ଯ୍ୟନ୍ତ ପଚରାଉଚରା କରିଥିଲେ । ଲ୍ୟାଣ୍ଡ ଫର ଜବ ମାମଲାକୁ ନେଇ ସିବିଆଇ ଲାଲୁ ଯାଦବଙ୍କୁ ସମନ ପଠାଇଥିଲେ । ଚାକିରି ବଦଳରେ ଜମି ଦୁର୍ନୀତି ମାମଲାକୁ ନେଇ ଆଜି ସିବିଆଇ ଲାଲୁଙ୍କୁ ପଚରା ଉଚରା କରିବ ।

ସିବିଆଇ ରାୱଡି ଦେବୀଙ୍କୁ ପଚରାଉଚରା କରିସାରିବା ପରେ ବିରୋଧୀ ମାନେ ମୋଦୀ ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି । ବିପକ୍ଷ ନେତା କେନ୍ଦ୍ର ଉପରେ ଜାଂଚ ଏଜେନ୍ସିଙ୍କ ଉପରେ ଅପବ୍ୟବହାରର ଅଭିଯୋଗ ଲାଗାଇଛନ୍ତି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ଯେଉଁ ବିପକ୍ଷ ନେତା ବିଜେପି ସାମ୍ନାରେ ମୁଣ୍ଡ ତଳକୁ କରିବାର ନାମ ନେଉନି ତାଙ୍କୁ ଇଡି-ସିବିଆଇ ଜରିଆରେ ନିର୍ଯାତିତ କରାଯାଉଛି । ଆଜି ରାୱଡି ଦେବୀଙ୍କୁ ଅଶୁବିଧାରେ ପକାଯାଇଛି । ଲାଲୁ ଯାଦବ ଏବଂ ତାଙ୍କ ପରିବାରକୁ ବର୍ଷ ବର୍ଷ ଧରି ନିର୍ଯ୍ୟାତିତ କରାଯାଉଛି । କାରଣ ସେମାନେ ମୁଣ୍ଡ ତଳକୁ କରୁନାହାନ୍ତି ।

ବିଜେପି ବିରୋଧୀଙ୍କ ସ୍ୱରକୁ ଦାବିବା ପାଇଁ ଚେଷ୍ଟା କରୁଛି । ଲ୍ୟାଣ୍ଡ ଫର ଜବ କେସ ୧୪ ବର୍ଷର ପୂରୁଣା ଅଟେ । ସେହି ସମୟରେ ଲାଲୁ ଯାଦବ ରେଳମନ୍ତ୍ରୀ ଥିଲେ । ଦାବି କରାଯାଉଛି ଯେ, ସେ ଲୋକମାନଙ୍କୁ ଚାକିରି ଦେବା ବଦଳରେ ତାଙ୍କୁ ଠାରୁ ଜମି ଆଣି ନିଜ ନାମରେ କରିଦେଇଛନ୍ତି ।

Get real time updates directly on you device, subscribe now.