fbpx

CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ସିଲାବସ୍ ଜାରି, ଏଠାରେ କରନ୍ତୁ ଡାଉନଲୋଡ୍

ନୂଆଦିଲ୍ଲୀ: କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସଇ ୨୦୨୨-୨୩ ବର୍ଷ ପାଇଁ ୧୦ମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ସିଲାବସ୍ ଜାରି କରିଛି । ଆସନ୍ତା ବର୍ଷରୁ ପୁଣିଥରେ ବୋର୍ଡ ପରୀକ୍ଷା ଗୋଟିଏ ସେମିଷ୍ଟାରରେ ଆୟୋଜିତ କରାଯିବ ଓ ୨ ଟର୍ମ ପରୀକ୍ଷା ସିଷ୍ଟମ ଶେଷ ହେବ । ଏହାକୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ସଂଶେଧିତ ସିଲାବସ୍ ଜାରି ହୋଇଛି । ଛାତ୍ରଛାତ୍ରୀମାନେ ଅଫିସିଆଲ ୱେବସାଇଟ cbseacademic.nic.in ଯାଇ ବୋର୍ଡ ପରୀକ୍ଷାର ନୂଆ ସିଲାବସକୁ ଚେକ୍ କରିପାରିବେ ।

ଚଳିତବର୍ଷ ପାଇଁ ମଧ୍ୟ ଚ୍ୟାପ୍ଟର୍ସ ସଂଖ୍ୟାକୁ ସୀମିତ ରଖିବାକୁ ବୋର୍ଡ ନିଷ୍ପତ୍ତି ନେଇଛି । ଏହା ବ୍ୟତୀତ କିଛି ବିଷୟରେ ଅନେକ ଅଧ୍ୟାୟ କଟାଯାଇଥିବା ବେଳେ କିଛିକୁ ପୁଣିଥରେ ଯୋଡାଯାଇଛି । ମୋଟାମୋଟି କହିବାକୁ ଗଲେ, ସିଲାବସରେ ୩୦ ପ୍ରତିଶତ କଟ୍ ବଜାୟ ରଖିଛି ବୋର୍ଡ । ୯ମରୁ ୧୦ମ ଓ ଏକାଦଶରୁ ଦ୍ୱାଦଶ ଶ୍ରେଣୀ ପାଇଁ ବୋର୍ଡ ପକ୍ଷରୁ ସଂଯୁକ୍ତ ପାଠ୍ୟକ୍ରମ ଜାରି ହୋଇଛି । ଛାତ୍ରଛାତ୍ରୀମାନେ ସିଲାବସ୍ ଜାଣିବାକୁ cbseacademic.nic.in ୱେବସାଇଟ ଯାଇ ଡାଉନଲୋଡ କରିପାରିବେ ।

ତେବେ କୋଭିଡ ମହାମାରୀ ଆସିବା ସମୟରେ କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ ସିଲାବସକୁ ୨ ଭାଗରେ ବିଭକ୍ତ କରିଥିଲା ଏବଂ ପିଲାଙ୍କ ପରୀକ୍ଷା ଦୁଇଟି ଟର୍ମରେ ହେବ ବୋଲି କହିଥିଲା । ପ୍ରଥମ ଟର୍ମ ପରୀକ୍ଷା ନଭେମ୍ବର- ଡିସେମ୍ବର ଏବଂ ଦ୍ୱିତୀୟ ଟର୍ମ ପରୀକ୍ଷା ଏପ୍ରିଲ ମେରେ ହେବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା । କିନ୍ତୁ ଏବେ ଦୁଇଟି ନୁହେଁ ଗୋଟିଏ ଟର୍ମରେ ପରୀକ୍ଷା ହେବ ବୋଲି ଘୋଷଣା ହୋଇଛି ।

Get real time updates directly on you device, subscribe now.