fbpx

ଏହି ବ୍ୟାଙ୍କରେ ବମ୍ପର ପୋଷ୍ଟ ପାଇଁ ହେବ ନିଯୁକ୍ତି, ଜାଣନ୍ତୁ କେବେଠୁ କରିବେ ଆବେଦନ

ଆଇଟି ମ୍ୟାନେଜରଙ୍କ ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବ୍ୟାଙ୍କ ଅଫ୍ ଇଣ୍ଡିଆ ବିଜ୍ଞପ୍ତି ପ୍ରକାଶ କରିଛି । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ୨୬ ଏପ୍ରିଲ ୨୦୨୨ ରୁ ଆରମ୍ଭ ହେବ । ଆଗ୍ରହୀ ପ୍ରାର୍ଥୀମାନେ ୧୦ ମେ’ ୨୦୨୨ ପର୍ଯ୍ୟନ୍ତ ଅଫିସିଆଲ୍ ୱେବସାଇଟ୍ କୁ ଯାଇ ଆବେଦନ କରିପାରିବେ । ଏହି ନିଯୁକ୍ତି ରେଗୁଲାର ଏବଂ କଣ୍ଟ୍ରାକ୍ଟ ଆଧାରରେ ବାହାରିବ । ଏହି ନିଯୁକ୍ତି ସହିତ ଜଡିତ ଅନ୍ୟାନ୍ୟ ସୂଚନା ପାଇଁ, ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟରେ ଜାରି କରାଯାଇଥିବା ଗେଟ ନୋଟିଫିକେସନକୁ ଦେଖିପାରିବେ ।

ଏହି ନିଯୁକ୍ତି ଅଧୀନରେ ଇକୋନୋମିଷ୍ଟ, କ୍ରେଡିଟ୍ ଆନାଲିଷ୍ଟର ୫୯୪ ଟି ପଦବୀରେ ରେଗୁଲାର ବେସିସ୍ ଅନୁସାରେ ନିଯୁକ୍ତ କରାଯିବ ଓ କଣ୍ଟ୍ରାକ୍ଟ ଆଧାରରେ ମ୍ୟାନେଜର ଆଇଟି ସମେତ ୧୦୨ ଟି ପଦବୀରେ ନିଯୁକ୍ତ କରାଯିବ ।

ଇକୋନୋମିଷ୍ଟ (ରେଗୁଲାର ବେସିସ୍) ପଦ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କର ସମ୍ପୃକ୍ତ ବିଷୟ ଉପରେ ପୋଷ୍ଟ ଗ୍ରାଜୁଏସନ ଡିଗ୍ରୀ ଏବଂ ମ୍ୟାନେଜର ଆଇଟି (କଣ୍ଟ୍ରାକ୍ଟ ବେସିସ୍) ପଦ ପାଇଁ ପ୍ରାର୍ଥୀ କମ୍ପ୍ୟୁଟର ସାଇନ୍ସରେ ବି.ଟେକ୍ ଡିଗ୍ରୀ ହାସଲ କରିବା ଆବଶ୍ୟକ ।

ରେଗୁଲାର ବେସିସ୍ ଓ କଣ୍ଟ୍ରାକ୍ଟ ବେସିସ୍ ପଦ ପାଇଁ ବୟସ ସୀମା ଅଲଗା ଅଲଗା ନିର୍ଦ୍ଧାରିତ କରାଯାଇଛି । ଓବିସି ବର୍ଗର ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମାରେ ୩ ବର୍ଷ ଏବଂ ଏସସି -ଏସଟି ବର୍ଗ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମାରେ ୫ ବର୍ଷ ଛୁଟ୍ ଦିଆଯାଇଛି ।

ଆବେଦନ କରିବାକୁ ସାଧାରଣ ଏବଂ ଓବିସି ବର୍ଗ ପ୍ରାର୍ଥୀଙ୍କ ପାଇଁ ୮୦୦ ଟଙ୍କା ଏବଂ ଏସସି -ଏସଟି ବର୍ଗ ପାଇଁ ୧୭୫ ଟଙ୍କା ଆବେଦନ ଶୁଳ୍କ ନିର୍ଦ୍ଧାରଣ କରାଯାଇଛି ।

ଆବେଦନ ଆରମ୍ଭ ତାରିଖ – ୨୬ ଏପ୍ରିଲ ୨୦୨୨ ।
ଆବେଦନ କରିବାର ଶେଷ ତାରିଖ – ୧୦ ମେ’ ୨୦୨୨ ।

Get real time updates directly on you device, subscribe now.