fbpx

ସିବିଏସଇ ପରୀକ୍ଷାର୍ଥୀଙ୍କ ପାଇଁ ବଢ଼ିଆ ଖବର, କମିଲା ସିଲାବସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସିବିଏସଇ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ବଢ଼ିଆ ଖବର । ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ସିଲାବସକୁ ହ୍ରାସ କଲା ବୋର୍ଡ । ଖାଲି ସେତିକି ନୁହେଁ ଅନ୍ୟ ସିଲାବସ୍ ମଧ୍ୟ କମାଇଛି କାଉନସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍ ଏକଜାମିନେସନ(ସିଆଇଏସସିଇ) । ଫଳରେ ବିଦ୍ୟାର୍ଥୀଙ୍କ ପାଇଁ ଗୋଟିଏ ପଟେ ଖୁସି ଖବର ଆସିଥିବାବେଳେ ଅନ୍ୟପକ୍ଷରେ କମ୍ ସିଲାବସ୍ରେ ଅଧିକ ଏକାଗ୍ରତା ଆଣିବାକୁ ସୁଯୋଗ ମଧ୍ୟ ମିଳିଛି ବୋଲି କୁହାଯାଉଛି ।

ସିଆଇସିଏସଇ ୱେବସାଇଟ୍ରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀରେ ମୋଟ୍ ୨୭ ବିଷୟର ପାଠ୍ୟଖସଡ଼ା କମ୍ କରାଯାଇଛି । ନୂଆ ସିଲାବସ ଆଧାରରେ ଆଇସିଏସଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା-୨୦୨୨ ହେବ । ଉଲ୍ଲେଖଯୋଗ୍ୟ ଯେ ନିକଟ ଅତୀତରେ ଇଂରାଜୀ ସମେତ ମାତୃଭାଷାର ସିଲାବସ୍ ହ୍ରାସ କରାଯାଇଥିଲା । ମହାମାରୀ କାରଣରୁ ସ୍କୁଲ ବନ୍ଦ ରହିବାରୁ ସିଲାବସ ସମ୍ପୂର୍ଣ୍ଣ କରିବା ବହୁତ କଷ୍ଟକର ହୋଇପଡ଼ିଛି । ଏଥିପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀର ବିଭିନ୍ନ ବିଷୟର ସିଲାବସ୍ର ସମୀକ୍ଷା କରାଯାଇଛି ।

Get real time updates directly on you device, subscribe now.