fbpx

ଆଗେ ଟିକା, ତା ପରେ ଯାଇ ସିବିଏସଇ ପରୀକ୍ଷା: କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ-ମଧ୍ୟ ପ୍ରଦେଶ ସମେତ ଅନେକ ରାଜ୍ୟର ଦାବି

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କେବଳ ୧୯ ପ୍ରମୁଖ ବିଷୟକୁ ନେଇ ସିବିଏସଇର ଦ୍ୱାଦଶ ବୋର୍ଡ ପରୀକ୍ଷା କରାଇବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି । ପରୀକ୍ଷା କରାଯିବ କି ନାହିଁ ଏହାର ଲିଖିତ ଉତର ମେ ୨୫ ତାରିଖ ଭିତରେ ଦେବାକୁ କେନ୍ଦ ରାଜ୍ୟଗୁଡିକୁ କହିଛି । ଏହା ଉପରେ ଅନେକ ରାଜ୍ୟ ଶିକ୍ଷକ ଓ ଛାତ୍ରଙ୍କ ସୁରକ୍ଷା ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି କେନ୍ଦ୍ର ସରକାରଙ୍କୁ କହିଛନ୍ତି । ସେମାନେ କେନ୍ଦ୍ର ସରକାରଙ୍କୁ ପ୍ରଥମେ ଛାତ୍ର ଓ ଶିକ୍ଷକଙ୍କ ଟିକାକରଣ ଉପରେ ପ୍ରାଥମିକତା ଦେବାକୁ ଅନୁରୋଧ କରିଛନ୍ତି । ଏହା ପରେ ପରୀକ୍ଷା ଆୟୋଜନ କରାଯାଉ ବୋଲି ରାଜ୍ୟଗୁଡିକ କହିଛନ୍ତି ।

ସିବିଏସଇ ଜୁଲାଇ-ଅଗଷ୍ଟରେ ସଂକ୍ଷିପ୍ତ ଆଧାରରେ କେବଳ ୧୯ ପ୍ରମୁଖ ବିଷୟ ପାଇଁ ଦ୍ୱାଦଶ ବୋର୍ଡ ପରୀକ୍ଷା କରିବାକୁ ପ୍ରସ୍ତାବ ଦେଇଛି । ଏହାକୁ ଅଧିକାଂଶ ରାଜ୍ୟ ସରକାର ସମର୍ଥନ କରିଛନ୍ତି । ଅନ୍ୟପଟେ କେରଳ, ଆସାମ, ଦିଲ୍ଲୀ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ହରିୟାଣା ଓ ମେଘାଳୟ ପରି ରାଜ୍ୟଗୁଡିକ କେନ୍ଦ୍ର ସରକାରଙ୍କୁ ଶିକ୍ଷକ ଓ ଛାତ୍ରଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରଥମେ ଟିକାକରଣ ସୁନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ରବିବାର ରାଜ୍ୟ ଶିକ୍ଷା ମନ୍ତ୍ରୀ ଓ ଶିକ୍ଷା ସଚିବଙ୍କ ବୈଠକରେ ସାମିଲ ଜଣେ ଅଧିକାରୀ କହିଛନ୍ତି, ଦିଲ୍ଲୀ ଓ ମହାରାଷ୍ଟ୍ର ସହିତ କିଛି ରାଜ୍ୟକୁ ବାଦ୍ ଦେଲେ ଅନ୍ୟ ରାଜ୍ୟ ସରକାର ପରୀକ୍ଷା ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ତେବେ ୨୫ ତାରିଖ ଭିତରେ ପରୀକ୍ଷା ନେଇ ନିଜର ଲିଖିତ ମତାମତ ଦେବାକୁ ରାଜ୍ୟଗୁଡିକୁ କୁହାଯାଇଛି ।

 

Get real time updates directly on you device, subscribe now.