fbpx
BJD SKY
BJD SKY

ବାତିଲ ହେଲା ସିବିଏସଇ ଦଶମ ପରୀକ୍ଷା

BJD

ନୁଆଦିଲ୍ଲୀ, ୧୪ ।୪ (ଓଡିଶା ଭାସ୍କର)  : ଚଳିତ ବର୍ଷ ବାତିଲ ହେଲା ସିବିଏସଇ ଦଶମ ପରୀକ୍ଷା । ଏନେଇ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ୍ ଟୁଇଟ୍ କରି ସୁଚନା ଦେଇଛନ୍ତି । ତେବେ ଖାଲି ଦଶମ ନୁହେଁ ଦ୍ୱାଦଶ ପରୀକ୍ଷା ମଧ୍ୟ ଘୁଞ୍ଚିଥିବା ନେଇ ସୁଚନା ଦେଇଛନ୍ତି ଶିକ୍ଷା ମନ୍ତ୍ରୀ । ଆଜି ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକ କରିଥିଲେ । କରୋନା ସ୍ଥିତି ସ୍ୱାଭାବିକ ହେଲେ ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷା କରାଯିବା ନେଇ ନିଷ୍ପତି ନିଆଯିବ ବୋଲି ଉକ୍ତ ବୈଠକରେ କୁହାଯାଇଛି । ତେବେ ଜୁନ୍ ୧ ରେ କରୋନା ସ୍ଥିତି ସମୀକ୍ଷା କରାଯିବ ଏବଂ ପରୀକ୍ଷାର୧୫ ଦିନ ପୁର୍ବରୁ ସୁଚନା ଦିଆଯିବ । ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ନିଷ୍ପତି ଅନୁସାରେ ରେଜଲ୍ଟ ପ୍ରକାଶ ପାଇବ ଏବଂ ଯେଉଁ ମାନେ ରେଜଲ୍ଟରେ ସନ୍ତୁଷ୍ଟ ନହେବେ ସେମାନେ ଚାହିଁଲେ ଆଉ ଥରେ ପରୀକ୍ଷା ଦେଇପାରିବେ ବୋଲି ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତି ନିଆଯାଇଛି ।

 

Get real time updates directly on you device, subscribe now.