fbpx
BSKY
BJD MC SKY
BJD YOUTH SKY

ଓଡିଶାବାସୀଙ୍କୁ ମିଳିବ ମାସିକ ୨୦୦ ୟୁନିଟ୍ ମାଗଣା ବିଜୁଳି!

ଭୁବନେଶ୍ୱର, ୧୪ ।୪ (ଓଡିଶା ଭାସ୍କର)  : ଓଡିଶାରେ ବିଜୁଳି ଦର ୫ ମାସରେ ଦୁଇଥର ବଢ଼ିଛି । ରାଜ୍ୟରେ ବଢ଼ିଚାଲିଥିବା ବିଜୁଳି ଦର ବିରୋଧରେ ଜନସାଧାରଣ ଚିତ୍କାର କରି ଆସୁଥିବା ବେଳେ ଏବେ ଏହାକୁ ବିରୋଧ କରିବାକୁ ଯାଇ ଅନଶନ ବସିଛି ଆପ୍ ବା ଆମ୍ ଆଦମୀ ପାର୍ଟି । ବର୍ଦ୍ଧିତ ବିଜୁଳି ଦରକୁ କମାଇବାକୁ ଯାଇ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଅନଶନରେ ବସିଛି ଆପ୍ । ଓଡିଶାବାସୀଙ୍କୁ ୨୦୦ ୟୁନିଟ୍ ବିଜୁଳି ମାଗଣା ଦିଆଯାଉ ବୋଲି ଦାବି ନେଇ ଏହି ଜାତୀୟ ରାଜନୈତିକ ଦଳର କର୍ମୀ ମାନେ ଏପ୍ରିଲ୍ ୭ ତାରିଖରୁ ରାଜଧାନୀରେ ଧାରଣାରେ ବସିଛନ୍ତି । ଗୋଟେ ପଟେ ଶାସକ ଦଳ ଖାଇବା ତେଲଠାରୁ ଆରମ୍ଭ କରି ପେଟ୍ରୋଲ୍ ଡିଜେଲ୍ ଦର କ୍ରମାନୁସାରେ ବଢ଼ାଇ ଚାଲିଛନ୍ତି । ତାପରେ ପୁଣି ବିଜଳି ଦର ବଢ଼ାଇ ଲୋକଙ୍କ ନିଦ ହଜାଇ ସାରିଲେଣି । ଏଭଳି ପରିସ୍ଥିତିରେ ଓଡିଶାବାସୀଙ୍କୁ ୨୦୦ ୟୁନିଟ୍ ମାଗଣା ବିଜୁଳି ଦେବା ଜିଦ୍ ରେ ଅନଶନରେ ବସିଛନ୍ତି ଆପ୍ କର୍ମକର୍ତ୍ତା ନିଶିକାନ୍ତ ମହାପାତ୍ର ଏବଂ ଦଳର ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ।

ଧାରଣାର ମଙ୍ଗ ଧରିଥିବା ନିଶିକାନ୍ତ ମହାପାତ୍ର କହିଛନ୍ତି ଯେ, ଓଡିଶା ଏକ ରାଜ୍ୟ ଯେଉଁଠାରେ ବିଜୁଳି ଉତ୍ପାଦନ ହୁଏ ଏବଂ ବାହାର ରାଜ୍ୟକୁ ବିକ୍ରି କରାଯାଏ । ସେହିପରି ଅନ୍ୟପକ୍ଷରେ ଦେଖିବାକୁ ଗଲେ ଦିଲ୍ଲୀରେ ବିଜୁଳି ଉତ୍ପାଦନ ନ କରି ବାହାର ରାଜ୍ୟରେ କିଣୁଥିଲେ ମଧ୍ୟ ଦିଲ୍ଲୀବାସୀଙ୍କୁ ୨୦୦ ୟୁନିଟ୍ ମାଗଣା ବିଜୁଳି ଦେଉଛନ୍ତି । କାରଣ ବିଦ୍ୟୁତ୍ ବିତରଣ କମ୍ପାନୀ ମାନେ ଯେତେବେଳେ କ୍ଷତି ସହୁଥିବା କହିଲେ ସେତେବେଳେ ଦିଲ୍ଲୀ ସରକାର ଏହି କମ୍ପାନୀ ମାନଙ୍କ ଅଡିଟ୍ କରାଇଲେ ଆଉ ସେଥିରୁ ଜାଣିବାକୁ ପାଇଲେ ଯେ କୋଟି କୋଟି ଟଙ୍କାର ଘୋଟାଲା ହେଉଛି ଏବଂ ତାପରଠାରୁ ଗତ ୫ ବର୍ଷ ମଧ୍ୟରେ ଥରଟିଏ ମଧ୍ୟ ବିଜୁଳି ଦର ବଢ଼ିନାହିଁ । ହେଲେ ଓଡିଶାରେ ବିଜୁଳି ଉତ୍ପାଦନ ହୋଇ ମଧ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ କରି ଦର ବଢ଼ାଇଚାଲିଛନ୍ତି । ଏହାର ଅର୍ଥ ଓଡିଶା ସରକାର ନିଜ ଅପାରଗତାକୁ ଘୋଡାଇବାକୁ ଯାଇ ଲୋକଙ୍କ ଉପରେ ତାର ଭାର ପକାଇଚାଲିଛନ୍ତି ।

ତେଣୁ ଏଭଳି ପରିସ୍ଥିତିରେ ବିଜୁଳି ଦର କମ୍ କରାଯାଉ ଏବଂ ଲୋକଙ୍କୁ ସେମାନଙ୍କ ମୌଳିକ ଅଧିକାର ପାଆନ୍ତୁ । ଏଥିସହିତ ଓଡିଶାବାସୀଙ୍କୁ ୨୦୦ ୟୁନିଟ୍ ମାଗଣା ବିଜୁଳି ଦିଆଯାଉ ।

Get real time updates directly on you device, subscribe now.