fbpx

କରୋନା ସଂକ୍ରମିତ ହେଲେ ସପା ପ୍ରମୁଖ ଅଖିଳେଶ ଯାଦବ

ଉତ୍ତରପ୍ରଦେଶ ୧୪ ।୪ (ଓଡିଶା ଭାସ୍କର) : କରୋନା ସଂକ୍ରମିତ ହୋଇଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବା ସମାଜବାଦୀ ପାର୍ଟିର ପ୍ରମୁଖ ଅଖିଳେଶ ଯାଦବ । ଆଜି ଅଖିଳେଶ ଯାଦବ ନିଜର କରୋନା ଟେଷ୍ଟ କରିବା ପରେ ରିପୋର୍ଟ ପଜିଟିଭ ଥିବା ଜଣାପଡିଛି । ଏନେଇ ଅଖିଳେଶ ଟ୍ୱିଟର ମଧ୍ୟମରେ ସୂଚନା ଦେଇଛନ୍ତି । ଏହାସହ ଗତ କିଛି ଦିନ ଧରି ତାଙ୍କ ସହ ମିଳାମିଶା କରୁଥିବା ଲୋକମାନଙ୍କୁ କରୋନା ଟେଷ୍ଟ କରିବା ସହିତ ସଙ୍ଗରୋଧ ରହିବାକୁ କହିଛନ୍ତି ସମାଜବାଦୀ ପାର୍ଟିର ପ୍ରମୁଖ । ଅନ୍ୟପଟେ ଦେଶରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ବଢିବାରେ ଲାଗିଛି । ଏନେଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୮ ଲକ୍ଷ ୭୩ ହଜାର ୮୨୫କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୬୫ ହଜାର ୭୦୪ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୧ କୋଟି ୨୩ ଲକ୍ଷ ୩୬ ହଜାର ୩୬ରେ ପହଞ୍ଚିଛି । ୧୧ କୋଟି ୧୧ ଲକ୍ଷ ୭୯ ହଜାର ୫୭୮ ଜଣ ଟିକା ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.