fbpx

ଯୋଗୀ ଆଦିତ୍ୟନାଥ କରୋନା ପଜିଟିଭ୍

ନୂଆଦିଲ୍ଲୀ, ୧୪ା୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଯୋଗୀଙ୍କ ଠାରେ କୋଭିଡର ପ୍ରାରମ୍ଭିକ ଲକ୍ଷଣ ଦେଖାଦେବା ପରେ ସେ କୋଭିଡ୍ ଟେଷ୍ଟ କରାଇଥିଲେ । ତେବେ ଟେଷ୍ଟ ରିପୋର୍ଟରେ ସେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଯୋଗୀ ବର୍ତ୍ତମାନ ଆଇସୋଲେସନରେ ରହିବା ସହ ଡାକ୍ତରମାନେ ତାଙ୍କୁ ଚିକିତ୍ସା କରୁଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ କୋଭିଡ୍ ଟେଷ୍ଟ କରାଇନେବାକୁ ସେ ଅନୁରୋଧ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ନିଜର ସମସ୍ତ କାର୍ଯ୍ୟ ଭର୍ଜୁଆଲ ମାଧ୍ୟମରେ ସମ୍ପାଦନ କରୁଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଦେଶର ବହୁ ରାଜନେତା, ଅଭିନେତା, କ୍ରୀଡ଼ାବିତଙ୍କ ସମେତ ପ୍ରଭାବଶାଳୀ ବ୍ୟକ୍ତିମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

Get real time updates directly on you device, subscribe now.