fbpx

ତାମିଲ ଫିଲ୍ମର ରିମେକରେ ନଜର ଆସିବେ ରଣବୀର

ମୁମ୍ବାଇ, ୧୪ ।୪ (ଓଡିଶା ଭାସ୍କର)  : ବଲିଉଡରେ ବ୍ୟସ୍ତ ଅଭିନେତାଙ୍କ ମଧ୍ୟରେ ରଣବୀର ସିଂ ହେଉଛନ୍ତି ଜଣେ । ଲଗାତର ଫିଲ୍ମ ଏବଂ ବିିଜ୍ଞାପନ ସୁଟିଂରେ ନିଜକୁ ବ୍ୟସ୍ତ ରଖନ୍ତି ରଣବୀର । କରୋନା ମହାମାରୀ ପାଇଁ ତାଙ୍କ ଅନେକ ଗୁଡିଏ ଫିଲ୍ମ ରିଲିଜ୍ ଅପେକ୍ଷାରେ ରହିଛି । ଏହା ଭିତରେ ରଣବୀର ନିଜର ଆଗାମୀ ଫିଲ୍ମର ଘୋଷଣା କରିଛନ୍ତି । ଏହା ସାଉଥର ବ୍ଲକବଷ୍ଟର ଫିଲ୍ମ “ଅନ୍ନିୟନ’ର ରିମେକ୍ । ଏହାକୁ ନିର୍ମାଣ କରିବା ପାଇଁ ସାଉଥ୍ ଫିଲ୍ମ ନିର୍ଦ୍ଦେଶକ ଶଙ୍କରଙ୍କ ସହିତ ହାତ ମିଳେଇଛନ୍ତି ରଣବୀର ।

ଅନେକ ଦିନରୁ ରଣବୀର ଏବଂ ନିର୍ଦ୍ଦେଶକ ଶଙ୍କର ମିଶି କୌଣସି ନୁଆ ଫିଲ୍ମ କରିବେ ବୋଲି ଶୁଣିବାକୁ ମିଳୁଥିଲା । ଯାହା ଆଜି ସ୍ପଷ୍ଟ ହୋଇଯାଇଛି । ୨୦୦୫ରେ ରିଲିଜ୍ ହୋଇଥିବା ଫିଲ୍ମ “ଅନ୍ନିୟନ’ର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ ଶଙ୍କର । ଏନେଇ ରଣବୀର ଟୁଇଟ୍ କରି ସୁଚନା ଦେଇଛନ୍ତି । ଆଉ ଫିଲ୍ମକୁ ପ୍ରଡ୍ୟୁସ କରିବେ ପେନ୍ ଷ୍ଟୁଡିଓଜ୍ ର ଡ. ଜୟନ୍ତୀଲାଲ୍ । ଏହି ଫିଲ୍ମ ବିଷୟରେ ଘୋଷଣା କରି ରଣବୀର ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ରଣବୀର, ଶଙ୍କର ଏବଂ ଜୟନ୍ତୀଲାଲ୍ ଙ୍କୁ ଦେଖିବାକୁ ମିଳିଛି ।

କ୍ୟାପସନ୍ ରେ ରଣବୀର ଲେଖିଛନ୍ତି, “ମୁଁ ମୋର ଏହି ପ୍ରୋଜେକ୍ଟ ବିଷୟରେ ଗର୍ବର ସହ ଘୋଷଣା କରୁଛି, ଭାରତୀୟ ସିନେମାର ଦୁରଦର୍ଶୀ କ୍ରାଫ୍ଟମ୍ୟାନ୍ ଶଙ୍କର ଏବଂ ଦିଗ୍ଗଜ ନିର୍ମାତା ଡ. ଜୟନ୍ତୀଲାଲଙ୍କ ସହିତ’ । ଏହି ଘୋଷଣା ପରେ ଟୁଇଟରରେ ବର୍ତ୍ତମାନ ଏହା ଟ୍ରେଣ୍ଡ କରୁଛି । ଏହା ବ୍ୟତୀତ ରଣବୀର ଖୁବ୍ ଶୀଘ୍ର କପିଲ ଦେବ ଙ୍କ ବାୟୋପିକ୍ ରେ ନଜର ଆସିବେ ଏବଂ “ସୁର୍ଯ୍ୟବଂଶୀ” ମଧ୍ୟ ତିଆରି ହୋଇସାରିଛି । ଏହା ରିଲିଜ୍ ଅପେକ୍ଷାରେ ଅଛି ।

Get real time updates directly on you device, subscribe now.