fbpx

ପେଟ୍ରୋଲ ଡିଜେଲ ଉପରୁ ଶୁଳ୍କ ଠିକ ସମୟରେ ଛାଡ ହେବ: ସିବିଆଇସି

ନୂଆ ଦିଲ୍ଲୀ, ୧୪/୦୪: ପେଟ୍ରୋଲ ଡିଜେଲ ଉପରୁ ଠିକ ସମୟରେ ଶୁଳ୍କ ଛାଡ କରିବେ କେନ୍ଦ୍ର ସରକାର । କେନ୍ଦ୍ରୀୟ ପରୋକ୍ଷ କର ଏବଂ ସୀମା ଶୁଳ୍କ ବୋର୍ଡ (CBIC) ର ଚେୟାର ମ୍ୟାନ ଏମ. ଅଜିତ କୁମାର କହିଛନ୍ତି ଇନ୍ଧନ ମୂଲ୍ୟରେ ଛାଡ କରିବା ଉପରେ କେନ୍ଦ୍ର ସରକାର ଲଗାତାର ନଜର ରଖିଛନ୍ତି । ଏହା ଉପରେ ଠିକ ସମୟରେ ନିଷ୍ପତ୍ତି ନିଆଯିବ ।
ମୋର ପୁରା ବିଶ୍ୱାସ ଅଛି ଆଗାମୀ ସମୟରେ ରାଜସ୍ୱ ବୃଦ୍ଧି ପାଇବ ଏବଂ ସେ ସମୟରେ ଇନ୍ଧନ ଉପରୁ ଟ୍ୟାକ୍ସ ଛାଡ ପାଇଁ ବିଚାର କରାଯିବ । ଉଲ୍ଲେଖ୍ୟଯୋଗ୍ୟ ୨୦୨୦-୨୧ ଆର୍ଥିକ ବର୍ଷରେ ପରୋକ୍ଷ କର ସଂଗ୍ରହ ପୂର୍ବ ବର୍ଷ ତୁଳନାରେ ୫୯ ପ୍ରତିଶତ ବୃଦ୍ଧି ପାଇଛି । ଏଥିରେ ପେଟ୍ରୋଲ ଡିଜେଲ ଉପରେ ରେକର୍ଡ ସଂଖ୍ୟକ ଉତ୍ପାଦ ଶୁଳ୍କ ମଧ୍ୟ ରହିଛି ।
ପୂର୍ବ ବର୍ଷ ସରକାର ପେଟ୍ରୋଲ ଉପରେ ୧୩ ଟଙ୍କା ଉତ୍ପାଦନ ଶୁଳ୍ମ ଏବଂ ଡିଜେଲ ଉପରେ ୧୬ ଟଙ୍କା ପ୍ରତି ଲିଟର ବଢାଇଛନ୍ତି । ବର୍ତ୍ତମାନ ପ୍ରତି ଲିଟର ପେଟ୍ରୋଲ ଉପରେ ଉତ୍ପାଦନ ଶୁଳ୍କ ୩୨.୯୦ ଏବଂ ପ୍ରତି ଲିଟର ଡିଜେଲ ଉପରେ ୩୧.୮୦ ଟଙ୍କା ଉତ୍ପାଦନ ଶୁଳ୍କ ରହିଛି ।
ଦିଲ୍ଲୀରେ ପେଟ୍ରୋଲ ଦର ୯୦.୫୬ ପ୍ରତି ଲିଟର ରହିଛି ଯେଉଁଥିରେ ଉତ୍ପାଦନ ଶୁଳ୍କ ୩୬ ପ୍ରତିଶତ ରହିଛି । ଡିଜେଲ ଉପରେ ୩୧.୮୦ ଟଙ୍କା ଉତ୍ପାଦନ ଶୁଳ୍କ ରହିଥିବାବେଳେ ୮୦.୮୭ ଟଙ୍କା ପ୍ରତି ଲିଟର ଦର ରହିଛି । ଯାହା ବିକ୍ରି ମୂଲ୍ୟରେ ୩୯ ପ୍ରତିଶତ ଉତ୍ପାଦନ ଶୁଳ୍କ ରହିଛି । ରାଜ୍ୟରେ ଭ୍ୟାଟ ଳାଗିବା ପରେ ଇନ୍ଧନର ଖୁଚୁରା ମୂଲ୍ୟରେ ପାଖା ପାଖି ୫୫ ରୁ ୬୦ ପ୍ରତିଶତ ବୃଦ୍ଧି ହେଉଛି ।
ଅନ୍ତରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳ ଦରର ବୃଦ୍ଧି ଫଳରେ ଦେଶର କିଛି ରାଜ୍ୟ, ରାଜସ୍ଥାନ, ମହାରାଷ୍ଟ୍ର ଏବଂ ମଧ୍ୟ ପ୍ରଦେଶରେ ପେଟ୍ରୋଲ ଦର ଫେବୃଆରୀ ମାସରେ ୧୦୦ ଟଙ୍କା ପ୍ରତି ଲିଟର ହୋଇଯାଇଥିଲା । ମାତ୍ର ପଶ୍ଚିମବଙ୍ଗ, ତାମିଲନାଡୁ ,କେରଳ ସହ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଯୋଗୁଁ ଦର ବୃଦ୍ଧିରେ ରୋକ ଳାଗିପାରିଥିଲା ।
ପୂର୍ବ ମାସରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂସଦରେ କହିଥିଲେ କି ୨୦୧୩ରେ ପେଟ୍ରୋଲ ଏବଂ ଡିଜେଲ ଉପରେ ୫୨.୫୩୭ କୋଟି ଟଙ୍କାର କର ସଂଗ୍ରହ କରାଯାଇଥିଲା । ଯାହା ୨୦୧୯-୨୦ ମସିହାରେ ବଢି ୨.୧୩ ଲକ୍ଷ କୋଟିରେ ପହଞ୍ଚିଥିଲା । ସେହିଭଳି ୨୦୨୦-୨୧ର ପ୍ରଥମ ୧୧ ମାସରେ ଏହା ବଢି ୨.୯୪ ଲକ୍ଷ କୋଟିରେ ପହଞ୍ଚିଛି ।

Get real time updates directly on you device, subscribe now.