ଛାତ୍ରଛାତ୍ରୀଙ୍କୁ ସିବିଏସଇର ହୋଲି ଗିଫ୍ଟ: ୧୫ ମାର୍ଚ୍ଚରେ ହିନ୍ଦୀ ପରୀକ୍ଷା ନ ଦେଲେ ବି କିଛି ଚିନ୍ତା ନାହିଁ, ମିଳିବ ସ୍ପେଶାଲ ସୁବିଧା
ହିନ୍ଦୀ ପରୀକ୍ଷାକୁ ନେଇ ସିବିଏସଇର ସ୍ପଷ୍ଟୀକରଣ
ନୂଆଦିଲ୍ଲୀ: ସିବିଏସଇ ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ହୋଲି ଉପହାର। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସେହି ଛାତ୍ରଛାତ୍ରୀଙ୍କ ପାଇଁ ସ୍ପେଶାଲ ପରୀକ୍ଷା ଆୟୋଜିତ କରିବାକୁ ଯାଉଛି, ଯେଉଁମାନେ ହୋଲି ପର୍ବ ଯୋଗୁଁ ୧୫ ମାର୍ଚ୍ଚରେ ହେବାକୁ ଥିବା ପରୀକ୍ଷାର ଚିନ୍ତା କରୁଥିଲେ।
ମାର୍ଚ୍ଚ ୧୫ ତାରିଖରେ ସିବିଏସଇ ଦ୍ୱାଦଶ ବୋର୍ଡ ହିନ୍ଦୀ ପରୀକ୍ଷା ନିର୍ଦ୍ଧାରିତ ଅଛି।ଏହି ତାରିଖକୁ ନେଇ କିଛି ଛାତ୍ରାଛାତ୍ରୀ ଏବଂ ଅଭିଭାବକ ଚିନ୍ତା ପ୍ରକଟ କରିଛନ୍ତି। କାରଣ ଦେଶର କିଛି ସ୍ଥାନରେ ହୋଲି ପର୍ବ ୧୫ ତାରିଖରେ ପାଳନ କରାଯାଉଛି ଏବଂ ଆଉ କେତେକ ସ୍ଥାନରେ ମାର୍ଚ୍ଚ ୧୪ରେ କରାଯାଉଛି।
ଛାତ୍ରଛାତ୍ରୀଙ୍କ ଏହି ଚିନ୍ତାକୁ ଦୃଷ୍ଟିରେ ରଖାଯାଇ, ସିବିଏସଇ ଏକ ଖାସ ସୁଯୋଗ ଆଣିଛି। ବୋର୍ଡ ସ୍ପଷ୍ଟ କରିଛି ଯେ, ପରୀକ୍ଷା ନିର୍ଦ୍ଧାରିତ ତାରିଖ ମାର୍ଚ୍ଚ ୧୫ରେ କରାଯିବ।
ହେଲେ ଯେଉଁ ଛାତ୍ରଛାତ୍ରୀ ହୋଲି ଯୋଗୁଁ, ଏହି ପରୀକ୍ଷା ଦେବାକୁ ସମସ୍ୟାର ସାମ୍ନା କରୁଛନ୍ତି, ସେମାନଙ୍କୁ ଆଉ ଏକ ସୁଯୋଗ ପ୍ରଦାନ କରାଯିବ। ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ସମୟରେ ପରୀକ୍ଷାରେ ସାମିଲ ହୋଇପାରିବେ।