ସିବିଏସଇରେ ୨୧୨ ପଦ ପାଇଁ ଆବେଦନ ଆହ୍ୱାନ, ଜାଣନ୍ତୁ କେମିତି କରିବେ ଆବେଦନ
ଆଶାୟୀ ପ୍ରାର୍ଥୀ ସିବିଏସଇର ଅଫିସିଆଲ ୱେବ ସାଇଟ www.cbse.gov.inରେ ଯାଇ ଆବେଦନ କରିପାରିବେ
ନୂଆଦିଲ୍ଲୀ- ଚାକିରି ଅନ୍ୱେଷଣରେ ଥିବା ଯୁବକ, ଯୁବତୀଙ୍କ ପାଇଁ ଖୁସି ଖବର । ସିବିଏସଇରେ ବାହାରିଛି ବହୁ ପଦପଦବୀ । ଜୁନିୟର ଆସିଷ୍ଟାଣ୍ଟ ଓ ସୁରିଟେଣ୍ଡେଣ୍ଟ ପଦ ପୂରଣ ପାଇଁ ବାହାରିଛି ବିଜ୍ଞପ୍ତି । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଶାୟୀ ପ୍ରାର୍ଥୀ ସିବିଏସଇର ଅଫିସିଆଲ ୱେବ ସାଇଟ www.cbse.gov.inରେ ଯାଇ ଆବେଦନ କରିପାରିବେ । ଏହି ଆବେଦନ ପ୍ରକ୍ରିୟା ଜାନୁଆରୀ ୩୧, ୨୦୨୫ ଯାଏଁ ରହିଛି ।
ସିବିଏସଇ ମୋଟ ୨୧୨ ପଦ ପାଇଁ ଆବେଦନ ଆହ୍ୱାନ କରିଛି , ଯେଉଁଥିରେ ୧୪୨ ସୁପରିଟେଣ୍ଡେଣ୍ଟ ଓ ୭୦ ଜୁନିୟର ଆସିଷ୍ଟାଣ୍ଟ ପଦ ରହିଛି ।
ଆବଶ୍ୟକ ଯୋଗ୍ୟତା- ସୁପରିଟେଣ୍ଡେଣ୍ଟ ପଦ ପାଇଁ ବ୍ୟକ୍ତି କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱ ବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଜରୁରୀ । ସେହିପରି ଜୁନିୟର ଆସିଷ୍ଟାଣ୍ଟ ପାଇଁ ବ୍ୟକ୍ତିଙ୍କୁ ମାନ୍ୟତା ପ୍ରାପ୍ତ ବୋର୍ଡରୁ ଯୁକ୍ତ ଦୁଇ ପାଶ କରିଥିବା ଦରକାର ।
ଏଥିସହ ପ୍ରାର୍ଥୀଙ୍କୁ ଇଂଗ୍ରାଜୀରେ ମିନିଟ ପ୍ରତି ୩୫ ଶବ୍ଦ ଓ ହିନ୍ଦୀରେ ମିନିଟ ପ୍ରତି ୩୦ ଶବ୍ଦ ଟାଇପ କରିବାର ଦକ୍ଷତା ଥିବା ଜରୁରୀ ।
ଆୟୁଷ ସୀମା- ଜୁନିୟର ଆସିଷ୍ଟାଣ୍ଟ ପଦ ପାଇଁ ଆବେଦକଙ୍କ ସର୍ବନିମ୍ନ ବୟସ ୧୮ ଓ ସର୍ବଧିକ ୨୭ ହୋଇଥିବା ଜରୁରୀ ।
ସେହିପରି ସୁପରିଟେଣ୍ଡେଣ୍ଟ ପଦ ପାଇଁ ବୟସ ସୀମା ୧୮ରୁ ୩୦ ମଧ୍ୟରେ ରଖାଯାଇଛି ।
ଆବେଦନ ଶୁଳ୍କ- ଆବେଦନ କରିବାକୁ ହେଲେ ଜେନେରାଲ, ଓବିସି, ଇଡବ୍ଲୁଏସ କ୍ୟାଣ୍ଡିଡେଟ୍ସଙ୍କୁ ୮୦୦ ଟଙ୍କା ଶୁଳ୍କ ଦେବାକୁ ହେବ । ହେଲେ ଏସସି, ଏସଟି, ପିଏଚ, ମହିଳା ଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ।
କେମିତି କରିବେ ଆବେଦନ- ଆବେଦନ କରିବାକୁ ସିବିଏସଇର ଅଫିସିଆଲ ୱେବ ସାଇଟ www.cbse.gov.in ଭିଜିଟ କରନ୍ତୁ ।
ହୋମ ପେଜରେ ରିକ୍ରୁଇଟମେଣ୍ଟ ସେକ୍ସନକୁ ଯାଇ ଇଛା ରଖୁଥିବା ପଦର ଲିଙ୍କରେ କ୍ଲିକ କରନ୍ତୁ ।
ଏହା ପରେ ରିଜିଷ୍ଟ୍ରେସନ ପ୍ରକ୍ରିୟା ପୂରା କରନ୍ତୁ ।
ଏହା ପରେ ଆପଣଙ୍କ ଆଗରେ ଆବେଦନ ଫର୍ମ ଆସିବ, ତାକୁ ପୂରା କରିବା ସହ ହସ୍ତଖତ, ଫଟୋ ଅପଲୋଡ କରନ୍ତୁ ।
ଏହା ପରେ ଆବେଦନ ଶୁଳ୍କ ଜମା କରିବାକୁ ହେବ ।
ଶୁଳ୍କ ଜମା କରିବା ପରେ ଫର୍ମ ସମିଟ କରନ୍ତୁ ।
ଫର୍ମ ସବମିସନ କରିବା ପରେ ନିଜ ଫର୍ମ ଡାଉନଲୋଡ କରି ନିଅନ୍ତୁ ।
ଶେଷରେ ଆବେଦନ ପତ୍ରର ହାର୍ଡ କପି ରଖନ୍ତୁ ।