fbpx

ମନ୍ଦିରର ମହିଳା ଚେଞ୍ଜିଂ ରୁମ୍ ଉପରେ ଲାଗାଇଥିଲା ସିସିଟିଭି; ବିବାଦ ପରେ ଆତ୍ମ ଘୋଷିତ ମହନ୍ତ ଫେରାର

AAKASH

ଗାଜିଆବାଦ: ଉତ୍ତରପ୍ରଦେଶର ମୁରାଦନଗରସ୍ଥିତ ଏକ ମନ୍ଦିରରେ ମହିଳାଙ୍କ ଚେଞ୍ଜିଂ ରୁମ୍ ରେ ସିସିଟିଭି କ୍ୟାମେରାକୁ ନେଇ ବିବାଦ । ଆତ୍ମଘୋଷିତ ମହନ୍ତ ମୁକେଶ ଗୋସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ମହନ୍ତ ମୁକେଶ ଗୋସ୍ୱାମୀ ବର୍ତ୍ତମାନ ଫେରାର। ପୀଡ଼ିତା ମହିଳାଙ୍କ ବୟାନ ରେକର୍ଡ କରାଯାଇଛି । ଘଟଣାର ତଦନ୍ତ ଚାଲିଛି । ଏସିପି ନରେଶ କୁମାରଙ୍କ କହିବାନୁଯାୟୀ, ପୋଲିସ ସିସିଟିଭିର ଡିଭିଆର ଜବତ କରିଛି । ଏଥିରେ ଅନେକ ମହିଳାଙ୍କ ଆପତ୍ତିଜନକ ଭିଡିଓ ମିଳିଛି ।

କ୍ୟାମେରାଟି ମହିଳାଙ୍କ ଚେଞ୍ଜିଂ ରୁମ୍ ଉପରେ ଫୋକସ୍ କରି ଲଗାଯାଇଥିଲା । ଯାହା କି ମହିଳାଙ୍କ ଗୋପନୀୟତାକୁ ଉଲ୍ଲଂଘନ କରିବା ପାଇଁ କରାଯାଇଥିବା ଜଣାପଡିଛି । ପୋଲିସ କହିବା ଅନୁଯାୟୀ, ଅଭିଯୁକ୍ତମାନେ ମହନ୍ତଙ୍କୁ ନିଜ ନାମରେ ବ୍ୟବହାର କରୁଥିଲେ ହେଁ ସେମାନଙ୍କ ମହନ୍ତଙ୍କ ସମ୍ପର୍କରେ କୌଣସି ଠୋସ୍ ସୂଚନା ମିଳିନାହିଁ । ମନ୍ଦିର ପରିସରରେ ମହିଳାଙ୍କ ଗୋପନୀୟତା ଉଲ୍ଲଂଘନ ଘଟଣା ପରେ ଜଳସେଚନ ବିଭାଗ ମଧ୍ୟ ମନ୍ଦିର ପରିସରରୁ ଜବରଦଖଲ ହଟାଇବା ପାଇଁ ପଦକ୍ଷେପ ନେଇଛି ।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜଣେ ମହିଳା ଚେଞ୍ଜିଂ ରୁମ୍ ଉପରେ ଲାଗିଥିବା ସିସିଟିଭି ବିଷୟରେ ମହନ୍ତ ମୁକେଶ ଗୋସ୍ୱାମୀଙ୍କୁ ଜଣାଇବା ପରେ ମହନ୍ତ ମହିଳାଙ୍କୁ ଗାଳିଗୁଲଜ କରିଥିଲେ । ପୀଡ଼ିତା ପିସିଆର୍ କଲ୍ କରି ପୁଲିସକୁ ଫୋନ୍ କରିଥିଲେ । ତେବେ ଏହି ସମୟରେ ମହନ୍ତ ମୁକେଶ ଗୋସ୍ୱାମୀ ମନ୍ଦିର ପରିସରରୁ ଫେରାର ହୋଇଯାଇଥିଲେ ।

Get real time updates directly on you device, subscribe now.