fbpx

ଏଣିକି ଏନଏଚ୍ ଉପରେ ନଜର ରଖିବ ସିସିଟିଭି

ଭୁବନେଶ୍ୱର,୫ ।୧(ଓଡିଶା ଭାସ୍କର): ଏଣିକି ଜାତୀୟ ରାଜପଥ ଉପରେ ନଜର ରଖିବ ସିସିଟିଭି । ଏନଏଚରେ ବଢୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ଏହା ସହ ସେ କହିଛନ୍ତି ଯେ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ରାଜପଥରେ ମଧ୍ୟ ସିସିଟିଭି ଲଗାଯିବ । ପ୍ରଥମେ ଆନ୍ଧ୍ର-ପଲାସା ଏନଏଚରୁ ଏହି ଯୋଜନା ଆରମ୍ଭ ହେବ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଏହା କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.