fbpx
BJD
BJD SKY
BJD SKY

ଆଇସୋଲେସନ୍ ନିୟମରେ ହେଲା ବଡ଼ ପରିବର୍ତ୍ତନ, ଏଣିକି ୧୪ ଦିନ ନୁହେଁ ବରଂ ଏତିକି ଦିନ ରହିବାକୁ ପଡ଼ିବ ସମସ୍ତଙ୍କୁ ଅଲଗା

ନୂଆଦିଲ୍ଲୀ: ଭାରତ ସମେତ ବିଶ୍ୱର ଅନେକ ଦେଶରେ ଓମିକ୍ରନ୍ ଭାରିଆଣ୍ଟ୍ ଦ୍ୱାରା ସଂକ୍ରମଣ ବଢ଼ିଚାଲିଛି । ବ୍ରିଟେନ୍ ଓ ଆମେରିକାରେ କରୋନାର ଦୈନିକ ମାମଲା ରେକର୍ଡ ଭାଙ୍ଗୁଛି । ସେହିପରି ଭାରତରେ ମଧ୍ୟ ପ୍ରତିଦିନ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି । ରିପୋର୍ଟରେ କୁହାଯାଇଛି ଯେ, ଓମିକ୍ରନ ଭାରିଆଣ୍ଟର ମାମଲା ଯେଉଁ ପରିମାଣରେ ବଢ଼ିବାରେ ଲାଗିଛି ଏହା ଆଗକୁ ତୃତୀୟ ଲହରର କାରଣ ହୋଇପାରେ । ତେଣୁ ଏହି ସମୟରେ କୋଭିଡ୍ ର ସମସ୍ତ ନିୟମ ମାନିବାକୁ ହେବ ନଚେତ୍ ସ୍ଥିତି ଆଗକୁ ଆହୁରି ବିଗିଡ଼ିଯିବ ।

ତେବେ ଏ ଦିଗରେ ଆଇସୋଲେସନ୍ ଓ କ୍ୱାରେଣ୍ଟାଇନ୍ କୁ କୋଭିଡ୍ ସଂକ୍ରମଣ ରୋକିବାର ମହତ୍ୱପୂର୍ଣ୍ଣ ମାନଦଣ୍ଡ ଆକାରରେ ଧରାଯାଉଛି । ପୂର୍ବରୁ ଯେଉଁ ମାନେ କୋଭିଡ୍ ଦ୍ୱାରା ସଂକ୍ରମିତ ହେଉଥିଲେ ସେମାନଙ୍କୁ ଘରେ ୧୪ ଦିନ ଆଇସୋଲେସନ୍ ରେ ରହିବାକୁ କୁହାଯାଉଥିଲା । ହେଲେ ଏବେ ଏହି ୧୪ ଦିନିଆ ନିୟମରେ ପରିବର୍ତ୍ତନ ଆଣିଛି ସେଣ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ୍(ସିଡିସି) ।

ରିପୋର୍ଟ ମୁତାବକ, ଆମେରିକୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଇସୋଲେସନ୍ ଓ କ୍ୱାରେଣ୍ଟାଇନ୍ ର ଅବଧିକୁ ୧୪ ଦିନରୁ ହ୍ରାସ କରି ୧୦ ଦିନ କରାଯାଇଥିଲା । ଏବେ ଏଥିରେ ଆଉ ଏକ ପରିବର୍ତ୍ତନ କରାଯାଇଛି । ଆଇସୋଲେସନ୍ ସମୟକୁ ପୁଣିଥରେ ୧୦ ଦିନରୁ କମାଇ ୫ ଦିନ କରାଯାଇଛି । ଏନେଇ ସିଡିସି ପକ୍ଷରୁ ଅଫିସିଆଲ୍ ୱେବସାଇଟ୍ ରେ ସୂଚନା ଦିଆଯାଇଛି । ଯେଉଁ ମାନଙ୍କ ଠାରେ କୌଣସି ଲକ୍ଷଣ ନାହିଁ ସେମାନେ ମାସ୍କ ପିନ୍ଧି ସବୁ କୋଭିଡ୍ ନିୟମ ପାଳନ କରି ପାଞ୍ଚ ଦିନ ପର୍ଯ୍ୟନ୍ତ ଆଇସୋଲେସନ୍ ରେ ରହିବେ ।

ତେବେ ଭାରତରେ ଆଇସୋଲେସନ୍ ଓ କ୍ୱାରେଣ୍ଟାଇନ୍ ଅବଧିକୁ ୧୪ ଦିନ ହିଁ ରଖାଯାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା ଯେ, ଏହି ନିୟମ ଏଠାରେ ଲାଗୁ ହୋଇପାରିବ ନାହିଁ । ଯେଉଁଭଳି ଭାବରେ ଓମିକ୍ରନ ବ୍ୟାପିବାରେ ଲାଗିଛି ଏଭଳି ସ୍ଥିତିରେ ଲୋକମାନଙ୍କୁ ସବୁ ପ୍ରକାର ବିଶେଷ ସତର୍କତା ମାନିବା ଜରୁରୀ । ତେଣୁ ଆଇସୋଲେସନ୍ ସମୟକୁ ହ୍ରାସ କରିବା ଦ୍ୱାରା ସ୍ଥିତି ଅସମ୍ଭାଳ ହୋଇପାରେ । କାରଣ ଆମେରିକା ଓ ଭାରତ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ଏବେ ପର୍ଯ୍ୟନ୍ତ ଅନେକ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇନାହାନ୍ତି । ତେଣୁ କୌଣସି ନିୟମରେ ଢ଼ିଲାପଣ ରହିବା ଉଚିତ୍ ନୁହେଁ ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.