fbpx
BJD
BJD SKY
BJD SKY

ଗାଡ଼ି ଭିତରେ ବସିଥିଲେ ଅନେକ ଯାତ୍ରୀ, ଏହି ସମୟରେ ହଠାତ୍ ମାଡ଼ି ଆସିଲେ ଦୁଇଟି ମହାବଳ ବାଘ, ଦେଖନ୍ତୁ VIDEO

ନୂଆଦିଲ୍ଲୀ: ବାଘ ନାଁ ଶୁଣିଲେ ଯେତେବେଡ଼ ସାହସୀ ଲୋକ ହୋଇଥିଲେ ହେଁ ଛାତିରେ ଆତଙ୍କ ଖେଳିଯାଇଥାଏ । ଯଦି ଆପଣ ଗାଡ଼ି ଭିତରେ ବସିଥିବା ସମୟରେ ସମୟରେ ହଠାତ୍ ଏକ ମହାବଳ ବାଘ ଆପଣଙ୍କୁ ଆକ୍ରମଣ କରିବ, ତେବେ ସେ କ୍ଷେତ୍ରରେ ଆପଣଙ୍କର ଅବସ୍ଥା କ’ଣ ହେବ? ଏପରି କିଛି ବ୍ୟକ୍ତି ଏକ ମହିନ୍ଦ୍ରା ଗାଡ଼ି ଭିତରେ ବସିଥିବା ବେଳେ ହଠାତ୍ ଦୁଇଟି ମହାବଳ ବାଘ ମାଡ଼ି ଆସିଥିଲେ । ଗାଡ଼ି ଭିତରେ ବସିଥିବା ଲୋକଙ୍କ ପାଖରେ ଅନ୍ୟ ବାଟ ନଥିଲା । ବାହାରକୁ ବାହାରିବା ମାତ୍ରେ ବାଘ ସେମାନଙ୍କୁ ଖାଇଦେବ । ତେଣୁ ବାଧ୍ୟହୋଇ ସମସ୍ତେ ଗାଡ଼ି ଭିତରେ ଚୁପଚାପ୍ ବସିଥିଲେ । ଏନେଇ ଏକ ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

ଏହା ମଧ୍ୟରେ ଗୋଟିଏ ମହାବଳ ବାଘ ଗାଡ଼ିର ପଛ ପଟକୁ ଦାନ୍ତରେ କାମୁଡ଼ି ଛିଣ୍ଡାଇବାକୁ ଉଦ୍ୟମ କରିଥିଲା । ଏପରିକି ଗାଡ଼ି ଷ୍ଟାଟ୍ ବନ୍ଦ ହୋଇ ଗୋଟିଏ ସ୍ଥାନରେ ଠିଆ ହୋଇଥିଲେ ହେଁ ବାଘକୁ ନିଜ ଶକ୍ତିଶାଳୀ ଦାନ୍ତ ମାଧ୍ୟମରେ ଗାଡ଼ିକୁ ପଛକୁ ଭିଡ଼ି ନେବାରେ ସକ୍ଷମ ହୋଇଥିଲା । ଗାଡ଼ିଟି କିଛି ହାତ ପଛକୁ ଗଡ଼ି ଯାଇଥିଲା । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅନ୍ୟ ବାଘଟି ଗାଡ଼ି ପାଖକୁ ଆସିଥିଲେ ହେଁ ଆକ୍ରମଣାତ୍ମକ ହୋଇନଥିବା ଭିଡିଓରେ ଦେଖାଯାଇଥିଲା ।

Get real time updates directly on you device, subscribe now.