fbpx
BJD
BJD SKY
BJD SKY

୨୦୨୨ରେ ଭାରତ ବର୍ଷ ସାରା ଖେଳିବ: ଦେଖନ୍ତୁ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ ସିଡ୍ୟୁଲ୍

ନୂଆଦିଲ୍ଲୀ: ଚଳିତ ୨୦୨୨ରେ ଟିମ୍ ଇଣ୍ଡିଆ ପାଇଁ ବ୍ୟସ୍ତବହୁଳ ରହିବ । ଏହି ବର୍ଷ ଦଳ ଅନେକ ସିରିଜ୍ ଖେଳିବା ନେଇ ଚୂଡ଼ାନ୍ତ ହୋଇସାରିଛି । ତେବେ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ୱାର୍ଲ୍ଡ କପ୍ ଆୟୋଜନ ହେବାକୁ ଯାଉଥିବା ବେଳେ ଟିମ୍ ଇଣ୍ଡିଆର ମେନ୍ ଫୋକସ୍ ତା’ ଉପରେ ରହିବ । ବର୍ତ୍ତମାନ ଦଳ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଟେଷ୍ଟ ସମାପ୍ତ କରିସାରିଥିବା ବେଳେ ଆଗକୁ ଦୁଇଟି ଟେଷ୍ଟ, ୩ଟି ଦିନିକିଆ ଖେଳିବ । ଏହାପରେ ଘରୋଇ ମାଟିରେ ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ ସହିତ ସିରିଜ୍ ଖେଳିବ । ଏହାପରେ ଆଇପିଏଲ, ଇଂଲଣ୍ଡ ଗସ୍ତ, ଏସିଆ କପ୍, ଟି-୨୦ ବିଶ୍ୱକପ୍ ପରି ବଡ଼ ଟୁର୍ଣ୍ଣାମେଣ୍ଟ ଖେଳିବାର କାର୍ଯ୍ୟକ୍ରମ ରହିଛି ।

ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ: ଦ୍ୱିତୀୟ ଟେଷ୍ଟ- ଜାନୁଆରୀ ୩ରୁ ୭, ତୃତୀୟ ଟେଷ୍ଟ, ଜାନୁଆରୀ ୧୧ରୁ ୧୫ । ପ୍ରଥମ ଦିନିକିଆ- ଜାନୁଆରୀ ୧୯, ଦ୍ୱିତୀୟ ଦିନିକିଆ- ଜାନୁଆରୀ ୨୧, ତୃତୀୟ ଦିନିକିଆ- ଜାନୁଆରୀ ୨୩ ।

ୱେଷ୍ଟଇଣ୍ଡିଜର ଭାରତ ଗସ୍ତ: ପ୍ରଥମ ଦିନିକିଆ- ଫେବୃଆରୀ ୬, ଦ୍ୱିତୀୟ ଦିନିକିଆ- ଫେବୃଆରୀ ୯, ତୃତୀୟ ଦିନିକିଆ- ଫେବୃଆରୀ ୧୨ । ପ୍ରଥମ ଟି-୨୦- ଫେବୃଆରୀ ୧୫, ଦ୍ୱିତୀୟ ଟି-୨୦- ଫେବୃଆରୀ ୧୮, ତୃତୀୟ ଟି-୨୦- ଫେବୃଆରୀ ୨୦ ।

ଶ୍ରୀଲଙ୍କାର ଭାରତ ଗସ୍ତ: ପ୍ରଥମ ଟେଷ୍ଟ- ଫେବୃଆରୀ ୨୫ରୁ ମାର୍ଚ୍ଚ ୧, ଦ୍ୱିତୀୟ ଟେଷ୍ଟ- ମାର୍ଚ୍ଚ ୫ରୁ ୯ । ପ୍ରଥମ ଟି-୨୦- ମାର୍ଚ୍ଚ ୧୩, ଦ୍ୱିତୀୟ ଟି-୨୦- ମାର୍ଚ୍ଚ ୧୫, ତୃତୀୟ ଟି-୨୦- ମାର୍ଚ୍ଚ ୧୮ ।

ଆଇପିଏଲ ୨୦୨୨- (ଏପ୍ରିଲ-ଜୁନ୍ ସମ୍ଭାବନା) ।

ଦକ୍ଷିଣ ଆଫିକ୍ରାର ଭାରତ ଗସ୍ତ: ଟି-୨୦ ସିରିଜ୍- ପ୍ରଥମ- ଜୁନ୍ ୯, ଦ୍ୱିତୀୟ ଜୁନ୍ ୧୨, ତୃତୀୟ ଜୁନ୍ ୧୪, ଚତୁର୍ଥ ଜୁନ ୧୭, ପଞ୍ଚମ ଜୁନ୍ ୧୯ ।

ଭାରତର ଇଂଲଣ୍ଡ ଗସ୍ତ: ଟି-୨୦ ସିରିଜ୍- ପ୍ରଥମ- ଜୁଲାଇ ୭, ଦ୍ୱିତୀୟ- ଜୁଲାଇ ୯, ତୃତୀୟ – ଜୁଲାଇ ୧୦ । ଦିନିକିଆ ସିରିଜ୍: ପ୍ରଥମ ଜୁଲାଇ ୧୨, ଦ୍ୱିତୀୟ ଜୁଲାଇ ୧୪, ତୃତୀୟ ଜୁଲାଇ ୧୭ ।

ଭାରତର ୱେଷ୍ଟଇଣ୍ଡିଜ୍ ଗସ୍ତ- (ଜୁଲାଇ-ଅଗଷ୍ଟ): ୩ଟି ଦିନିକିଆ ଓ ୩ଟି ଟି-୨୦ ସିଡ୍ୟୁଲ ହୋଇନାହିଁ ।

ଏସିଆ କପ୍ (ସେପ୍ଟେମ୍ବର)- ସ୍ଥାନ ଓ ତାରିଖ ପରେ ଘୋଷିତ ହେବ ।

ଭାରତର ଅଷ୍ଟ୍ରେଲିଆ ଗସ୍ତ: (ସେପ୍ଟେମ୍ବର-ଅକ୍ଟୋବର): ୪ଟି ଟେଷ୍ଟ, ୩ଟି ଟି-୨୦ ।

ଟି-୨୦ ବିଶ୍ୱ କପ୍-୨୦୨୨ (ଅକ୍ଟୋବର-ନଭେମ୍ବର): ବିଶ୍ୱକପ୍ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ ।

ବାଂଲାଦେଶର ଭାରତ ଗସ୍ତ- (ନଭେମ୍ବର-ଡିସେମ୍ବର): ୨ଟି ଟେଷ୍ଟ ଓ ୩ଟି ଦିନିକିଆ ସିଡ୍ୟୁଲ ସ୍ଥିର ହୋଇନାହିଁ ।

Get real time updates directly on you device, subscribe now.