fbpx
BJD
BJD SKY
BJD SKY

ଶୁଭମଙ୍କ ଖବର ଶୁଣି ବିଦ୍ୟାଶ୍ରୀ ଦୁଃଖିତ: କିଡନୀ ଦାନ କରିବାକୁ ପହଞ୍ଚିଲେ ହସ୍ପିଟାଲ, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ ଚର୍ଚ୍ଚାରେ ବିଦ୍ୟାଶ୍ରୀ । ଜଣଙ୍କ ଜୀବନ ବଞ୍ଚାଇବାକୁ  ନିଜର କିଡନୀ ଦାନ କରିବାକୁ ଚାହୁଁଛନ୍ତି ବୋଲି ସେ ଖୋଦ୍ ମିଡିଆ ସାମ୍ନାରେ ବୟାନ ଦେଇଛନ୍ତି । ତେବେ ଗତ କିଛିଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଜଣେ ବୃଦ୍ଧ ମାତା-ପିତା ତାଙ୍କର ମାତ୍ର ଗୋଟିଏ ପୁଅ ଶୁଭମର ଜୀବନ ବଞ୍ଚାଇବାକୁ ୩୦ କିଲୋମିଟର ଆଣ୍ଠେଇ ଭଗବାନଙ୍କ ମନ୍ଦିରକୁ ଯାଇଥିଲେ ।

ଏହି ଭିଡିଓଟିକୁ ଦେଖି ବିଦ୍ୟାଶ୍ରୀ ବହୁତ ଦୁଃଖି ହୋଇଥିଲେ । ସେ ପିଲାଟିକୁ ଦେଖା କରିବାକୁ ହସ୍ପିଟାଲରେ ପହଞ୍ଚିଲେ ଓ ଜାଣିବାକୁ ପାଇଥିଲେ କି, ଶୁଭମଙ୍କ ୨ଟି ଯାକ କିଡନୀ ନଷ୍ଟ ହୋଇଛି । ଶୁଭମଙ୍କ ବୟସ ମାତ୍ର ୨୦ ବର୍ଷ ହୋଇଥିବା ବେଳେ ତାଙ୍କ ଜୀବନ ବଞ୍ଚାଇବାକୁ କିଡନୀ ପ୍ରତିରୋପଣ ନିହାତି ଆବଶ୍ୟକ । କିନ୍ତୁ ଶୁଭମଙ୍କ ପରିବାର ଲୋକେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଥିବାରୁ ତାଙ୍କ ପାଇଁ ଅର୍ଥ ବାଧକ ସାଜିଛି ।

ଯଦି ଶୁଭମଙ୍କ କିଡନୀ ମ୍ୟାଚ୍ କରିବ, ତେବେ ବିଦ୍ୟାଶ୍ରୀ କିଡନୀ ଦାନ କରିବେ ବୋଲି କହିଛନ୍ତି । ସେ ଏହାକୁ ବିନା ମୂଲ୍ୟରେ ଯୋଗାଇବେ । ଆଉ ଯଦି ମ୍ୟାଚ୍ ନକବେ , ତେବେ ସେ କିଡନୀ ଯୋଗାଡ କରିବେ ବୋଲି କହିଛନ୍ତି । ଏହା ସହ ଶୁଭମଙ୍କ ପରିବାରକୁ ଆର୍ଥିକ ସାହାର୍ଯ୍ୟ କରିବାକୁ ସେ ମିଡିଆ ଆଗରେ ନିବେଦନ କରିଛନ୍ତି ।

Get real time updates directly on you device, subscribe now.