fbpx

କରୋନା ମୁକାବିଲାରେ ଅସହଯୋଗ, ସିଡ଼ିଏମଓଙ୍କ ବଦଳି

ଯାଜପୁର, ୧ା୪(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ରାଜ୍ୟ ଓ କେନ୍ଦ୍ର ସରକାର ଏନେଇ ବହୁ ପଦକ୍ଷେପ ନେଇଛନ୍ତି । ଏହାସହ କରୋନା ମୁକାବିଲା ପାଇଁ ସମସ୍ତଙ୍କୁ ସହଯୋଗ କରିବା ପାଇଁ କୁହାଯାଇଥିଲା । ଏହାରି ମଧ୍ୟରେ କରୋନା ମୁକାବିଲାରେ ଅସହଯୋଗ ପାଇଁ ଯାଜପୁର ସିଡ଼ିଏମଓଙ୍କୁ ବଦଳି କରାଯାଇଛି । ଯାଜପୁର ସିଡ଼ିଏମଓ ଅରୁଣ ପାତ୍ରଙ୍କୁ ବଦଳି କରାଯାଇଛି । ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ତାଙ୍କର ଅସହଯୋଗ ପାଇଁ ତାଙ୍କୁ ବଦଳି କରାଯାଇଛି ।

Get real time updates directly on you device, subscribe now.