fbpx

କେଜ୍ରିୱାଲଙ୍କ ଘୋଷଣା- କରୋନାର ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହେଲେ ମିଳିବ ୧ କୋଟି

ନୂଆଦିଲ୍ଲୀ,୧ ।୪: କରୋନାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛଇ । ଏହାରି ମଧ୍ୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି କହିଛନ୍ତି ଯେ, ଦିଲ୍ଲୀର ପରିସ୍ଥିତି ଏବେ ନିୟନ୍ତ୍ରଣରେ ଅଛି । ଏଠାରେ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟିନାହିଁ ।’

ଏହା ସହ କେଜ୍ରିୱାଲ କହିଛନ୍ତି ଯେ, କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ଆଜି ଦେଶର ସୈନିକ ପରି ଦେଶ ସେବା କରୁଛନ୍ତି । ଯଦି କୌଣସି ରୋଗୀଙ୍କ ଚିକିତ୍ସା କରୁଥିବା ସମୟରେ କୌଣସି ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ କିମ୍ବା ଡାକ୍ତରୀ କର୍ମଚାରୀଙ୍କ ମୃତ୍ୟୁ ଘଟେ, ତେବେ ତାଙ୍କ ପରିବାରକୁ ୧ କୋଟି ଟଙ୍କାର ସମ୍ମାନ ରାଶି ଦିଆଯିବ ।’

Get real time updates directly on you device, subscribe now.