fbpx
BJD SKY
BJD SKY

CDS ବିପିନ ରାୱତଙ୍କ ବଡ ଘୋଷଣା: ପ୍ରତିଷ୍ଠା ହେବ AIR Defence Command

BJD

ନୂଆଦିଲ୍ଳୀ : ଜମ୍ମୁ କଶ୍ମୀରରେ ଡ୍ରୋନ୍ ଆକ୍ରମଣ ପରେ ଭାରତୀୟ ସେନା ବର୍ତ୍ତମାନ ଫୁଲ ଆକ୍ସନ ମୋଡରେ । ଆକାଶ ମାର୍ଗରୁ ଦେଖା ଦେଉଥିବା ବିପଦର ମୁକାବିଲା ପାଇଁ ଏୟାର ଡିଫେନ୍ସ କମାଣ୍ଡ ନେଇ ଘୋଷଣା କରିଛନ୍ତି ସିଡିଏସ୍ ବିପିନ ରାୱତ । ଏହା ସହିତ ଆଗାମୀ ଦିନରେ ନୌସେନା କମାଣ୍ଡ ମଧ୍ୟ ପ୍ରସ୍ତୁତ କରାଯିବ ବୋଲି ସିଡିଏସ୍ ରାୱତ୍ ପ୍ରକାଶ କରିଛନ୍ତି ।

ପ୍ରତିଷ୍ଠା ହେବାକୁ ଥିବା ଏୟାର ଡିଫେନ୍ସ କମାଣ୍ଡ ଉପରେ ହିଁ ଭାରତୀୟ ଆକାଶ ମାର୍ଗର ସୁରକ୍ଷା ଦାୟିତ୍ୱ ନ୍ପୃ ରହିବ । ଆକାଶ ମାର୍ଗରେ ଚଳାଚଳ କରୁଥିବା ସମସ୍ତ ଏୟାରକ୍ରାଫ୍ଟ, ହେଲିକପ୍ଟର ଏବଂ ଡ୍ରୋନ ଚଳାଚଳ ଉପରେ ଏହା ନଜର ରଖିବ । ଜମ୍ମୁ ଡ୍ରୋନ୍ ଆକ୍ରମଣ ପରେ ସୁରକ୍ଷା ବ୍ୟବସ୍ଥା ବଢାଯିବା ସହିତ ଜଣେ କମାଣ୍ଡରଙ୍କ ହାତରେ ଆକାଶ ମାର୍ଗର ସୁରକ୍ଷା ବ୍ୟବସ୍ଥା ନ୍ୟସ୍ତ ରହିବ ବୋଲି ରାୱତ କହିଛନ୍ତି । ଏହା ସହିତ ଭାରତ ମହାସାଗରରେ ମଧ୍ୟ ବିପଦ ବଢୁଥିବାରୁ ନୌସେନା ପାଇଁ ମଧ୍ୟ ଜଣେ କମାଣ୍ଡରଙ୍କୁ ନିଯୁକ୍ତ କରାଯିବ । ଭାରତୀୟ ଜଳପଥର ସୁରକ୍ଷା ଦାୟିତ୍ୱ ଏହା ଉପରେ ନ୍ୟସ୍ତ ରହିବ । ଭାରତ ମହାସାଗରରେ ଅନ୍ୟ ରାଷ୍ଟ୍ରର ପ୍ରାଦୁର୍ଭାବ ବଢିବା ପୂର୍ବରୁ ଭାରତକୁ ଏହାର ସ୍ଥିତି ମଜଭୁତ କରିବାକୁ ପଡିବ ବୋଲି ରାୱତ କହିଛନ୍ତି ।

ବାୟୁସେନା ଓ ନୌସେନା ପାଇଁ କମାଣ୍ଡ ସହିତ ସ୍ଥଳ ସେନାରେ ଦୁଇଟି ନୂତନ ଫ୍ରଣ୍ଟ ସାମିଲ ନେଇ ରାୱତ ଘୋଷଣା କରିଛନ୍ତି । ବର୍ତ୍ତମାନ ଭାରତୀୟ ସେନାରେ କେବଳ ନଦର୍ଣ୍ଣ ଫ୍ରଣ୍ଟ ରହିଥିବା ବେଳେ ଏହା ଉପରେ ଅଧିକ କାର୍ଯ୍ୟଭାର ରହୁଛି । ନଦର୍ଣ୍ଣ ଫ୍ରଣ୍ଟ ଜମ୍ମୁ କାଶ୍ମୀରରେ ସୁରକ୍ଷା ସହିତ ଚୀନର ମୁକାବିଲା ମଧ୍ୟ କରୁଛି । ତେଣୁ ନର୍ଥ ଓ ୱେଷ୍ଟ ଫ୍ରଣ୍ଟ ନାମରେ ଦୁଇଟି ଫ୍ରଣ୍ଟ ପାଇଁ ଘୋଷଣା କରିଛନ୍ତି ରାୱତ । ୧୫ ଅଗଷ୍ଟ ସୁଦ୍ଧା ଏହି ସମସ୍ତ ବ୍ୟବସ୍ଥା ଆରମ୍ଭ ହେବ ବୋଲି ରାୱତ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.