fbpx
BSKY
BJD YOUTH SKY
BJD MS SKY

ସିଲ୍ ହେଲା ଭିଏସଏସ ନଗର ମାର୍କେଟ୍, ରାଜଧାନୀରେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ପରେ ଗୋଟିଏ ଦୋକାନ ଓ ବଜାର ଆଦି ସିଲ୍ କରୁଛି ବିଏମସିର ଏନଫୋର୍ସମେଣ୍ଟ୍ ଟିମ୍ । କୋଭିଡ୍ କଟକଣା ଉଲ୍ଲଂଘନ କରିବା ଅଭିଯୋଗରେ ବାଧ୍ୟହୋଇ ରାଜଧାନୀରେ କାର୍ଯ୍ୟାନୁଷ୍ଠାନ ନେଉଛି ବିଏମ୍ସି । ଏହି କ୍ରମରେ ଭୁବନେଶ୍ୱର ଭିଏସଏସ ନଗର ମାର୍କେଟ୍ ମଧ୍ୟ ସିଲ୍ ହୋଇଛି ।

ସୂଚନା ଅନୁସାରେ, କଡ଼ା ନିୟମ ଭିତରେ ବିଭିନ୍ନ ଦୋକାନ ବଜାର ଆଦି ଖୋଲିବାକୁ ସରକାର ଅନୁମତି ଦେଇଥିଲେ । ଲକଡାଉନ୍ କଟକଣା କୋହଳ କରିବା ସହ ନିୟମ ମାନିବାକୁ ନିବେଦନ କରିଥିଲେ । କିନ୍ତୁ ଅନେକ ସ୍ଥାନରେ ଅମାନିଆଙ୍କ ପାଇଁ ବିଏମସିି ଟିମ୍ ଚଢ଼ଉ କରିବା ସହ ଦୋକାନ-ବଜାର ଆଦି ସିଲ୍ କରୁଛି ।

Get real time updates directly on you device, subscribe now.