fbpx

ଜନ୍ମଦିନରେ ଦ୍ୱିତୀୟ ଇନିଂସ ଆରମ୍ଭ କଲେ ବ୍ୟୋମକେଶ

AAKASH

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ନିଜର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି । ନିଜ ଜନ୍ମଦିନରେ ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବ୍ୟୋମକେଶ । କରୋନା କଟକଣାକୁ ଦୃଷ୍ଟିରେ ରଖି ବ୍ୟୋମକେଶ ପାରମ୍ପରିକ ରୀତିରେ ବିବାହ କରିଛନ୍ତି । ଚିଲିକାର ଏକ ରିସୋର୍ଟରେ ନିଜର ଦ୍ୱିତୀୟ ପାଳି ଆରମ୍ଭ କରିଛନ୍ତି ବ୍ୟୋମକେଶ । ସେ ଜନୈକ ରାଜନୈତିକ ସହଯୋଗୀଙ୍କ ଝିଅକୁ ବିବାହ କରିଥିବା ନେଇ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ, ବ୍ୟୋମକେଶଙ୍କ ପ୍ରଥମ ପତ୍ନୀ ନୀଳିମା ପ୍ରଧାନ ଫେବୃୟାରୀ ୨୦୨୦ରେ ପ୍ରାଣ ହରାଇଥିଲେ । କାନରେ ଅସ୍ତ୍ରୋପଚାର ପରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ଫେବୃୟାରୀ ୩ ତାରିଖରେ ସେ ପ୍ରାଣ ହରାଇଥିଲେ । ଉଭୟ ୨୦୧୪ରେ ବିବାହ କରିଥିବା ବେଳେ ଉଭୟଙ୍କର ଏକ କନ୍ୟା ସନ୍ତାନ ରହିଛି ।

Get real time updates directly on you device, subscribe now.