fbpx

ଏଣିକି ଗର୍ଭବତୀ ନେବେ ଟିକା, କେନ୍ଦ୍ର ଦେଲା ଅନୁମତି

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ଦେଶରେ ଗର୍ଭବତୀ ମହିଳାମାନଙ୍କୁ ଦିଆଯିବ କୋଭିଡ୍ ଟିକା। ଟିକାକରଣ ଉପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ (ଏନଟିଏଜିଆଇ)ର ସୁପାରିଶ କ୍ରମେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗର୍ଭବତୀ ମହିଳାଙ୍କ ଟିକାକରଣକୁ ମଧ୍ୟ ଅନୁମୋଦନ କରିଛି। ଶୁକ୍ରବାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଗର୍ଭବତୀ ମହିଳାମାନେ କୋୱିନରେ ରେଜିଷ୍ଟ୍ରେସନ କରି କିମ୍ବା ସିଧାସଳଖ କରୋନା ଟିକାକରଣ କେନ୍ଦ୍ରକୁ ଯାଇ ଟିକାକରଣ କରିପାରିବେ।

ନିକଟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ ଏନଟିଏଜିଆଇ ର ସୁପାରିଶ ଅନୁଯାୟୀ ଗର୍ଭବତୀ ମହିଳାଙ୍କ ପାଇଁ ଟୀକାକରଣ ନିରାପଦ ଅଟେ ।

ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ୩୪ କୋଟିରୁ ଅଧିକ କୋଭିଡ -୧୯ ଟିକା ଡୋଜ ଦିଆଯାଇଛି । ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ୧୮-୪୪ ବର୍ଷ ବୟସର ମୋଟ ୯,୪୧,୦୩,୯୮୫ ଜଣ ବ୍ୟକ୍ତି ଏହି ଟିକା ଗ୍ରହଣ କରିଛନ୍ତି ଏବଂ ୨୨,୭୩,୪୭୭ ଜଣ ମଧ୍ୟ ଦ୍ୱିତୀୟ ମାତ୍ରା ଗ୍ରହଣ କରିଛନ୍ତି।

Get real time updates directly on you device, subscribe now.