fbpx
BSKY
BJD MS SKY
BJD YOUTH SKY

ଦୁଇ ହାତ ହରାଇ ମଧ୍ୟ ଦୁବାଇ ପ୍ରିମିୟର ଲିଗରେ ଜଲୱା ଦେଖାଉଛନ୍ତି ଅମୀର ହୁସେନ୍ ଲୋନ୍

ନୂଆଦିଲ୍ଳୀ: ଭାରତ ଏକ କ୍ରିକେଟ ପାଗଳ ଦେଶ । ତେବେ ପାରମ୍ପରିକ କ୍ରିକେଟ ଖେଳାଳିଙ୍କୁ ଦେଶରେ ଯେଉଁଭଳି ବ୍ୟବହାର ମିଳିଥାଏ ଦିବ୍ୟାଙ୍ଗ କ୍ରିକେଟର ମାନଙ୍କୁ ସମାନ ବ୍ୟବହାର ମିଳିନଥାଏ । ଏପରି ପରସ୍ଥିତିରେ ଜମ୍ମୁ କଶ୍ମୀରର ଦିବ୍ୟାଙ୍ଗ କ୍ରିକେଟର ଅମୀର ହୁସେନ୍ ଲୋନ୍ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଦୁଇ ହାତ ହରାଇଥିବା ସତ୍ତେ୍ୱ ଜମ୍ମୁ କଶ୍ମୀର କ୍ରିକେଟ ଦଳର ନେତୃତ୍ୱ ନେବା ସହିତ ଦିବ୍ୟାଙ୍ଗ କ୍ରିକେଟକୁ ବିଶ୍ୱସ୍ତରରେ ପହଞ୍ଚାଇଛନ୍ତି ଏହି କ୍ରିକେଟର । ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରୁ ଆସୁଥିବା ଲୋନ୍ ଜୀବନର ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି କ୍ରିକେଟକୁ କଶ୍ମୀରରୁ ଦୁବାଇରେ ପହଞ୍ଚାଇଛନ୍ତି । ଏହି ଯାତ୍ରାରେ ଲୋନ୍ କିଭଳି କୋଟି କୋଟି ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ତା ଉପରେ ଏକ ଆଲେଖ୍ୟ ।

୨୪ ବର୍ଷ ତଳେ ଲୋନ୍ ଏକ ଦୁର୍ଘଟଣାରେ ନିଜର ଦୁଇ ହାତ ହରାଇଥିଲେ । ତେବେ ଏଥିରେ ଭାଙ୍ଗିନପଡି ଆଗକୁ ବଢିଥିଲେ ଲୋନ୍ । କୋଟି କୋଟି ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ରହିଥିଲେ ତାଙ୍କ ଜେଜେମା ଫାଜି । ବର୍ତ୍ତମାନ ଜମ୍ମୁ କାଶ୍ମୀର ଦଳର ଅଧିନାୟକ ରହିଥିବା ଲୋନ୍ ୨୧ ସେପ୍ଟେମ୍ବର ୧୯୯୭ରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୁଅନ୍ତି । ନିଜ ବାପାଙ୍କ ସ ମିଲରେ ଲୋନଙ୍କ ଦୁଇ ହାତ କଟି ଯାଇଥିଲା । ଆର୍ମି ପକ୍ଷରୁ ଲୋନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଦୁର୍ଘଟଣାରୁ ସୁସ୍ଥ ହେବା ପାଇଁ ଲୋନଙ୍କୁ ୩ ବର୍ଷ ସମୟ ଲାଗିଥିଲା ।

ଏହାପରେ ତାଙ୍କ ଜେଜେ ମା ହିଁ ଲୋନଙ୍କ ଦାୟିତ୍ୱ ହାତକୁ ନେଇଥିଲେ । ତେବେ ଜେଜେ ମାଙ୍କ ମୃତ୍ୟୁ ପରେ ଆତ୍ମନିର୍ଭର ହେବା ସହିତ ନିଜର ଦୈନନ୍ଦିନ କାମ କରିବାରେ ସମର୍ଥ ହୋଇଥିଲେ ଲୋନ୍ । ଶୈଶବରୁ ଲୋନଙ୍କର କ୍ରିକେଟ୍ ପ୍ରତି ରହିଥିବା ଦୁର୍ବଳତା ଦୁର୍ଘଟଣା ପରେ ମଧ୍ୟ କମ ହୋଇନଥିଲା । ଦୁଇ ହାତ ନଥିବାରୁ ଏହା ଲୋନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା । ତେବେ ଦୃଢ ଇଚ୍ଛାଶକ୍ତି ଆଗରେ କିଭଳି ସବୁକିଛି ହାର ମାନିଥାଏ ଲୋନଙ୍କୁ ଦେଖିଲେ ଏହା ବୁଝିହୁଏ । ବିଜବେହରାରେ ଗ୍ରାଜୁଏସନର ପ୍ରଥମ ବର୍ଷରେ ଜଣେ ଶିକ୍ଷକ ଲୋନଙ୍କ କ୍ରିକେଟ ପ୍ରେମ ଦେଖି ତାଙ୍କୁ ଦିବ୍ୟାଙ୍ଗ କ୍ରିକେଟ (ପାରା କ୍ରିକେଟ)ରେ ଭର୍ତ୍ତି କରନ୍ତି । ନିଜର ଦକ୍ଷତା ଏବଂ ଅଦମ୍ୟ ପରିଶ୍ରମ ବଳରେ ୨୦୧୩ରେ ଜମ୍ମୁ କଶ୍ମୀର ପାରା କ୍ରିକେଟ ଦଳର ଅଧିନାୟକ ହୁଅନ୍ତି ଲୋନ୍ । ହାତ ନଥିବାରୁ ଗୋଡରେ ବୋଲିଂ ଏବଂ ଥ୍ରୋ କରିବା ସହିତ ବେକ ଏବଂ କାନ୍ଧରେ ବ୍ୟାଟ ଧରି ବ୍ୟାଟିଂ କରନ୍ତି ଲୋନ୍ । ଜମ୍ମୁ କଶ୍ମୀର ପାରା କ୍ରିକେଟ୍ ଦଳରେ କୌଣସି କୋଚ୍ ନଥିବା ବେଳେ ସେ ୧୦୦ରୁ ଅଧିକ ଯୁବ ଖେଳାଳିଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି ।

ଦିଲ୍ଲୀ , ଉତ୍ତର ପ୍ରଦେଶ, କେରଳ, ମୁମ୍ବାଇ ଓ ହାଇଦ୍ରାବାଦରେ କ୍ରିକେଟ ଖେଳିଥିବା ୩୨ ବର୍ଷୀୟ ଲୋନ୍ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଚମକ୍ରାରିତା ଦେଖାଇଛନ୍ତି । ଶାରଜାରେ ଅନୁଷ୍ଠିତ ଦୁବାଇ ପ୍ରିମିୟର ଲିଗରେ ଅଂଶଗ୍ରହଣ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି । ଶ୍ରୀନଗରରୁ ୪୮ କିମି ଦୂର ବିଜବେହାରାରେ ଅବସ୍ଥାନ କରନ୍ତି ୩୨ ବର୍ଷୀୟ ଲୋନ୍ । କହି ରଖିବାକୁ ଚାହୁଁଛୁ କି ଆଇପିଏଲ୍ ଖେଳିଥିବା ପ୍ରଥମ କାଶ୍ମୀରି ଖେଳାଳି ପରଭେଜ୍ ରସୁଲ୍ ମଧ୍ୟ ବିଜବେହାରାର ବାସିନ୍ଦା ।

Get real time updates directly on you device, subscribe now.