fbpx
BSKY SKY
BSKY SKY

ଶ୍ରାବଣ ୨୦୨୧: ଜାଣନ୍ତୁ କେବେଠାରୁ ଆରମ୍ଭ ହେବ ମହାଦେବଙ୍କ ପ୍ରିୟ ମାସ ଓ କିପରି କରିବେ ପୂଜାର୍ଚ୍ଚନା

BSKY

ଓଡ଼ିଶା ଭାସ୍କର ବ୍ୟୁରୋ: ମହାଦେବ ଶିବଙ୍କ ଭକ୍ତଙ୍କୁ ସବୁ ବର୍ଷ ଶ୍ରାବଣ ମାସର ଅପେକ୍ଷା ରହିଥାଏ । ଏହି ସାୱନ୍ ମାସ ହିନ୍ଦୁ ଧର୍ମରେ ଖୁବ୍ ପବିତ୍ର ବୋଲି ଧରାଯାଏ । ଶିବ ଭକ୍ତ ମାନେ ଏହି ସମୟରେ ମହାଦେବଙ୍କୁ ଖୁବ୍ ଧୁମଧାମ୍ ରେ ପୂଜିଥାନ୍ତି । ତେବେ ଚଳିତ ଥର ଜୁଲାଇ ୨୫ ତାରିଖରେ ସାୱନ ମାସ ଆରମ୍ଭ ହୋଇ ଅଗଷ୍ଟ ୨୨ ପର୍ଯ୍ୟନ୍ତ ଜାରି ରହିବ । ଖାସ୍ କଥା ହେଉଛି ଏହି ମାସର ଚାରିଟି ସୋମବାର ପଡ଼ିବ । ଏହି ଶ୍ରାବଣ ସମୟରେ ସୋମବାରର ବିଶେଷ ମହତ୍ତ୍ୱ ରହିଛି ।

ବିଶ୍ୱାସ ରହିଛି ଯେ, ଏହି ମାସରେ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କଲେ ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ତେଣୁ ଶିବଭକ୍ତ ମାନେ ଏହି ମାସରେ ବ୍ରତ ରଖି ଶିବଙ୍କୁ ଆରାଧନା କରିଥାନ୍ତି । ଦିନ ତମାମ୍ ଶିବବାବାଙ୍କୁ ପୂଜିବା ପରେ ସନ୍ଧ୍ୟା ସମୟରେ ବ୍ରତ ଭାଙ୍ଗିଥାନ୍ତି ।

ତେବେ ହିନ୍ଦୁ ଧର୍ମାବଲମ୍ବୀ ଲୋକମାନେ ସବୁ ପ୍ରକାରର ବ୍ରତ ପାଳନ କରୁଥିବା ବେଳେ ଶିବଙ୍କ ଏହି ଶ୍ରାବଣ କୁ ମଧ୍ୟ ମନଧ୍ୟାନ ଦେଇ ପାଳନ କରିଥାନ୍ତି । ତେବେ ଶ୍ରାବଣର ପ୍ରଥମ ସୋମବାର ଜୁଲାଇ । ୨୬ ତାରିଖରେ ପଡ଼ୁଥିବା ବେଳେ ଦ୍ୱିତୀୟ ସୋମବାର ଅଗଷ୍ଟ ୨ରେ, ତୃତୀୟ ସୋମବାର ଅଗଷ୍ଟ ୯ ତାରିଖରେ ଏବଂ ଚତୁର୍ଥ ସୋମବାର ଅଗଷ୍ଟ ୧୬ ତାରିଖରେ ପଡ଼େ ।

shiva

ଶିବଙ୍କ ପୂଜା ସମୟରେ ଅନେକ ଗୁଡିଏ ଜିନିଷ ଉପରେ ବିଶେଷ ଧ୍ୟାନ ରଖାଯାଇଥାଏ । ଯେପରିକି ମହାଦେବଙ୍କୁ କେତକୀ ଫୁଲ ଚଢ଼ାଯାଇନଥାଏ । ଏହା ବ୍ୟତୀତ ତୁଳସୀ ପତ୍ର ମଧ୍ୟ ଅର୍ପଣ କରାଯାଇନଥାଏ । ସେହିପରି ଶିବଲିଙ୍ଗ ଉପରେ ନଡ଼ିଆ ପାଣି ଚଢ଼ାଇବା ମଦ୍ୟ ବାରଣ ହୋଇଥାଏ ।

ଏହି ଶ୍ରାବଣ ମାସର ବିଶେଷ ମହତ୍ତ୍ୱ ରହିଛି । ସମୁଦ୍ର ମନ୍ଥନ ସମୟରେ ବିଷ ବାହାରିଥିଲା । ତେଣୁ ବିଶ୍ୱକୁ ବିଷରୁ ବଞ୍ଚାଇବା ପାଇଁ ଭଗବାନ ଶିବ ନିଜେ ସବୁ ବିଷକୁ ପାନ କରି ଦେଇଥିଲେ । ଏହାପରେ ଶିବଙ୍କୁ ଅନେକ ଅସୁବିଧାର ସାମନା କରିବାକୁ ପଡ଼ିଥିଲା । ଆଉ ଭଗବାନ ଶିବଙ୍କୁ ଏହି କଷ୍ଟରୁ ଦୂର କରିବା ପାଇଁ ଇନ୍ଦ୍ରଦେବ ଖୁବ୍ ଜୋରରେ ବର୍ଷା କରିଥିଲେ । ତେବେ ଏହି ପୂରା ଘଟଣା କ୍ରମ ଶ୍ରାବଣ ମାସରେ ହୋଇଥିବା କୁହାଯାଏ । ଆଉ ଏହି ବିଶ୍ୱାସର ସହିତ ଭକ୍ତ ମାନେ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଶ୍ରାବଣ ମାସକୁ ଖୁବ୍ ଧୁମଧାମରେ ପାନଳ କରନ୍ତି ।

Get real time updates directly on you device, subscribe now.