fbpx

କଳାଧଳାରେ ରଙ୍ଗୀନ୍ ହ୍ରିତିକ୍! ଗ୍ରୀକ୍ ଦେବତା ସହ ତୁଳନା କଲେ ଫରାହ

Advertisement

ଓଡ଼ିଶା ଭାସ୍କର ବ୍ୟୁରୋ: ନିଜ ସ୍ୱତନ୍ତ୍ର ପର୍ସନାଲିଟି ପାଇଁ ସୁପରଷ୍ଟାର୍ ହ୍ରିତିକ୍ ଅନ୍ୟ ଅଭିନେତାଙ୍କଠାରୁ ସର୍ବଦା ବାରି ହୋଇପଡ଼ନ୍ତି । ଏହାରି ମଧ୍ୟରେ ପୁଣିଥରେ ଖୋଲାଦେହ ପ୍ରଦର୍ଶନ ପାଇଁ ସୋସିଆଲ୍ ମିଡିଆରେ ସେ ଚର୍ଚ୍ଚାର ଶୀର୍ଷରେ ରହିଛନ୍ତି । ନିଜର ଶାର୍ଟଲେସ୍ କିଲର୍ ଲୁକ୍ ଏକ ଫଟୋ ହ୍ରିତିକ ନିଜେ ତାଙ୍କ ସୋସିଆଲ୍ ଆକାଉଣ୍ଟ୍ରେ ସେଆର୍ କରିଛନ୍ତି । ଏହି ଫଟୋକୁ ତାଙ୍କର ପ୍ରଶଂସକ ଖୁବ୍ ପସନ୍ଦ କରିବା ସହ ସୁନ୍ଦର ମନ୍ତବ୍ୟ ଦେଇଛନ୍ତି । ଏପରିକି ଫିଲ୍ମ ନିର୍ମାତା ଫରାହ ଖାନ ଗ୍ରୀକ୍ ଦେବତାଙ୍କ ସହ ହ୍ରିତିକଙ୍କ ତୁଳନା କରିଛନ୍ତି ।

ସୂଚନା ଅନୁସାରେ ସେଲିବ୍ରିଟି ଫଟୋଗ୍ରାଫର୍ ଡବଉ ରତ୍ନାନିଙ୍କ ଅପକମିଂ କ୍ୟାଲେଣ୍ଡର୍ ପାଇଁ ହ୍ରିତିକ୍ ଏହି ଫଟୋ ଶୁଟ୍ କରିଛନ୍ତି । ଫଟୋରେ ହ୍ରିତିକ୍ ଶାର୍ଟ ନଥିବା ଖୋଲାଦେହରେ ଚିତ୍ ହୋଇ ଶୋଇଥିବା ପୋଜ୍ ଦେଇଛନ୍ତି । କଳାଧଳାର ଏହି ଫଟୋରେ ହ୍ରିତିକଙ୍କ ସୁସଂଗଠିତ ସ୍ୱାସ୍ଥ୍ୟ ତଥା ଏବ୍ସ ସବୁ ସ୍ପଷ୍ଟ ଦେଖାଯାଉଛି । ଏହି ଛବିରେ ହ୍ରିତିକଙ୍କ ସ୍ମାର୍ଟ ଆଉ ହ୍ୟାଣ୍ଡସମ୍ ଚେହେରାକୁ ଦେଖି ଫରାହ ଖାନ ତାଙ୍କୁ ଗ୍ରୀକ୍ ଦେବତା ସହ ତୁଳନା କରିଦେଲେ । ଉକ୍ତ ପୋଷ୍ଟରେ ଫରାହ କମେଣ୍ଟ୍ ବକ୍ସରେ ଲେଖିଛନ୍ତି ଯେ- ଲୋକେ ଆପଣଙ୍କୁ ୟୁନାନି ଦେବତା କହିବାରେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ ।

ପୂର୍ବରୁ ବି ହୋଇଥିଲା ହ୍ରିତିକଙ୍କ ‘ଖୋଲାଦେହ’ ଚର୍ଚ୍ଚା

ଏହା ପୂର୍ବରୁ ମଧ୍ୟ ହ୍ରିତିକ ରୋଶନ୍ ନିଜର ଖୋଲାଦେହ ପ୍ରଦର୍ଶନ କରିଥିଲେ । ନିଜର ବ୍ରାଣ୍ଡ୍ ପ୍ରମୋସନ ପାଇଁ ଶାର୍ଟଲେସ୍ ଲୁକ୍ ରେ ଫଟୋ ଓ ଭିଡିଓ ସେଆର୍ କରିଥିଲେ। ଏହାକୁ ଦେଖି ତାଙ୍କର ପୂର୍ବତନ ପତ୍ନୀ ସୁଜୈନ୍ ଖାନ୍ ଓ ଅନ୍ୟ ବଲିଉଡ୍ ତାରକାମାନେ ହ୍ରିତିକଙ୍କୁ ଖୁବ୍ ପ୍ରଶଂସା କରିଥିଲେ । ଫିଲ୍ମର କଥା ବିଚାର କଲେ ଏଇ ନିକଟରେ ‘କ୍ରିଶ୍-୪’ ସମ୍ପର୍କରେ ହ୍ରିତିକ୍ ସୂଚନା ଦେଇଥିଲେ । ଅତୀତରେ ଯାହା ହେବାର ଥିଲା ହୋଇଗଲା, ଦେଖାଯାଉ ଭବିଷ୍ୟତ କଣ ନେଇ ଆସୁଛି ବୋଲି ସେ ଏକ ଫଟୋରେ କ୍ୟାପ୍ସନ୍ ଦେଇଥିଲେ । ତେବେ ଏନେଇ ସେ ବିଧିବଦ୍ଧ ଭାବେ କିଛି ଘୋଷଣା କରିନାହାନ୍ତି । ଅନ୍ୟପକ୍ଷରେ ଦୀପିକା ପାଦୁକୋନଙ୍କ ସହ ଫିଲ୍ମ ଫାଇଟର୍ରେ ହ୍ରିତିକ୍ ପରଦାରେ ଦେଖାଯିବେ ବୋଲି ଜଣାପଡ଼ିଛି । ଶେଷଥର ପାଇଁ ଫିଲ୍ମ ‘ୱାର୍’ରେ ହ୍ରିତିକଙ୍କୁ ଟାଇଗର ଶ୍ରଫଙ୍କ ସହ ଦେଖିବାକୁ ମିଳିଥିଲା ।

 

View this post on Instagram

 

A post shared by Hrithik Roshan (@hrithikroshan)

 

 

View this post on Instagram

 

A post shared by Hrithik Roshan (@hrithikroshan)

 

Get real time updates directly on you device, subscribe now.