fbpx

ମାସ୍କ ନପିନ୍ଧି ଦେଇଛନ୍ତି ୩୬୮ କୋଟି: ଗୁଜରାଟ ଆଗୁୁଆ, ଓଡିଶାରୁ ଆଦାୟ ହୋଇଛି ଏତେ…

Advertisement

ନୂଆଦିଲ୍ଲୀ: ପ୍ରାୟ ଦୁଇ ବର୍ଷ ଧରି ଏହାର ପ୍ରକୋପ ଜାରି ରଖିଛି କରୋନା ଭାଇରସ । ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ଆଉ ଏହି କରୋନା ସହ ଲଢ଼େଇ ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଭାରତରେ କୋଭିଡ୍ ସମୟରେ ମାସ୍କ ପିନ୍ଧିବା ନିୟମର ଉଲ୍ଲଘଂନ କରି ଆଦାୟ ହୋଇଛି ୩୬୮ କୋଟି ଟଙ୍କାର ଫାଇନ । ଯେଉଁଥିରେ ଆଗରେ ରହିଛନ୍ତି ଦେଶର ୩ ସହର ଏବଂ ୪ ରାଜ୍ୟ । ଗୁଜୁରାଟରେ ଜୁନ୍ ୨୪ ୨୦୨୦ ରୁ ଜୁନ୍ ୨୮ ୨୦୨୧ ମଧ୍ୟରେ ୩୭.୪୨ଲକ୍ଷ ଲୋକଙ୍କଠାରୁ ମାସ୍କ ପିନ୍ଧିବା ନିୟମର ଉଲ୍ଲଘଂନରେ ୨୫୨ କୋଟି ଟଙ୍କା ଆଦାୟ କରିଛି । ଫାଇନ୍ ଦେବାରେ ଗୁଜରାଟ ଦେଶର ଏକ ନମ୍ବର ରାଜ୍ୟ ରହିଛି ।

ଓଡ଼ିଶା ପୋଲିସ ରାଜ୍ୟରେ କୋଭିଡ ନିୟମ ଭଙ୍ଗ ମାମଲାରେ ଏକ ବର୍ଷ ମଧ୍ୟରେ ୬୭ କୋଟି ଟଙ୍କାର ଫାଇନ ଆଦାୟ କରିଛି । ଏହା ସହ ୭୯୭୯ମାମଲା ମଧ୍ୟ ହୋଇଛି । ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ଏହି ସମୟରେ ୪୦ କୋଟି ଟଙ୍କା ଫାଇନ ଆଦାୟ କରିଥିବା ଜଣାପଡ଼ିଛି ।

ସେହିଭଳି ବେଙ୍ଗାଲୁରୁ ମ୍ୟୂନିସିପାଲ କର୍ପୋରେସନରେ ୩.୭୦ ମାମଲା ହୋଇଥିବା ବେଳେ ଏଥିରୁ ଆଦାୟ ହୋଇଛି ୮.୭୬ କୋଟି ଟଙ୍କା । ସେହିଭଳି ସାମାଜିକ ଦୂରତା ଭଙ୍ଗ ପାଇଁ ୨୫,୫୨୫ ମାମଲା ହୋଇଥିବାବେଳେ ୫୭.୦୬ ଲକ୍ଷ ଟଙ୍କା ଫାଇନ ସହିତ ସମୁଦାୟ ୯.୩୩ କୋଟି ଟଙ୍କା ଆଦାୟ ହୋଇଛି ।

ଅନ୍ୟପକ୍ଷରେ ଉତ୍ତର ପ୍ରଦେଶରେ ଏପ୍ରିଲ ୧୯ରେ ୩୫ ଘଣ୍ଟିଆ କର୍ଫ୍ୟୁ ସମୟରେ ୩୧,୩୨୫ ଜଣଙ୍କ ଠାରୁ ୬୪.୧୬ ଲକ୍ଷ ଟଙ୍କା ଫାଇନ ଆଦାୟ ହୋଇଛି । ମଧ୍ୟ ପ୍ରଦେଶରେ ମାର୍ଚ୍ଚ ୨୨ ରେ ୧୨୬୦ ଜଣକଠାରୁ ୧.୩୨ ଲକ୍ଷ ଟଙ୍କା ଫାଇନ ଆଦାୟ ହୋଇଥିବା ବେଳେ ମେ ୧୧ ସୁଦ୍ଧା ଝାଡଖଣ୍ଡ ପୋଲିସ ପ୍ରାୟ ୩୫ ଲକ୍ଷ ଟଙ୍କା ଫାଇନ ଆଦାୟ କରିଛି ।

Get real time updates directly on you device, subscribe now.