fbpx

ସିଡିଏସଙ୍କ ହେଲିକପ୍ଟର କ୍ରାସ୍; ବିପିନ୍ ରାୱତଙ୍କୁ ନିଆଗଲା ହସ୍ପିଟାଲ, ୪ ମୃତଦେହ ଉଦ୍ଧାର

ତାମିଲନାଡୁ: ତାମିଲନାଡୁ କୁନ୍ନୁରରେ ବାୟୁସେନାର ଏମଆଇ ୧୭-ଭି୫ ହେଲିକପ୍ଟର କ୍ରାସ ହୋଇଛିି । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ସିଡିଏସ ବିପିନ ରାୱତଙ୍କ ସହ ତାଙ୍କ ପତ୍ନୀ ସହ ୧୪ ବରିଷ୍ଠ ଅଧିକାରୀ ଥିଲେ । ଏହାରି ମଧ୍ୟରେ ସୂଚନା ମିଳିଛି ଯେ, ଦୁର୍ଘଟଣା ସ୍ଥଳରୁ ସିଡିଏସ୍ ବିପିନ ରାୱତଙ୍କୁ ହସ୍ପିଟାଲ ନିଆଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିବା ସୂଚନା ମିଳିଛି । ୱେଳଇଂଟନ୍ ଏୟାରବେସ ହସ୍ପିଟାଲ ନିଆଯାଇଥିବା ସୂଚନା ମିଳିଛି ।

ତେବେ କ୍ରାସ ହୋଇଥିବା ହେଲିକପ୍ଟରରେ ବିପିନ ରାୱତଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ଓ ଅନ୍ୟ ଅଧିକାରୀମାନେ ଥିଲେ । ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ୪ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ୭ ଗୁରୁତରଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲକୁ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା କେଉଁ କେଉଁ ମାନଙ୍କୁ ଉଦ୍ଧାର କରାଯାଇଛି, ସେନେଇ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । ହେଲିକପ୍ଟରରେ ଜଣେ ବ୍ରିଗେଡିୟର, ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଥିଲେ ବୋଲି ସୂଚନା ମିଳିଛି । ଅନ୍ୟପଟେ ବାୟୁସେନା ପକ୍ଷରୁ ଦୁର୍ଘଟଣାର ଯାଞ୍ଚ ପାଇଁ ଅନୁମତି ଦିଆଯାଇଛି ।

Get real time updates directly on you device, subscribe now.