fbpx

Katrina Kaifଙ୍କ ଗୀତରେ ଝୁମିଲେ ତାଞ୍ଜାନିଆର ଭାଇ-ଭଉଣୀ, ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ: ବି ଟାଉନ୍  ରେ ଏବେ କ୍ୟାଟ୍ରିନା ଏବଂ ଭିକିଙ୍କ ବାହାଘରକୁ ନେଇ ଚର୍ଚ୍ଚା ହେଉଥିବାବେଳେ, ଏହାରି ମଧ୍ୟରେ କ୍ୟାଟ୍ରିନାଙ୍କ ଗୀତରେ ଡାନ୍ସର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ପ୍ରକୃତରେ ବଲିଉଡର ଅନେକ ଗୀତରେ ଲିପସିଙ୍କ୍ କରି ପ୍ରସିଦ୍ଧ ହୋଇଥିବା ତାଞ୍ଜାନିଆର ଭାଇ-ଭଉଣୀ ଏବେ ପୁଣି ଥରେ ଏକ ଭିଡିଓ ସେୟାର କରିଛନ୍ତି । ଏଥର ସେ କ୍ୟାଟ୍ରିନାଙ୍କ ଅଭିନୀତ “ଟିପ୍ ଟିପ୍ ବରଷା ପାନୀ’ ଗୀତରେ ଲିପସିଙ୍କ୍ କରିଛନ୍ତି ଏହା ଛଡ଼ା ଡାନ୍ସ ମଧ୍ୟ କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । କିଲି ପଲ୍ ଏବଂ ନୀମା ନାମକ ଭାଇ-ଭଉଣୀଙ୍କ ଏହି ଭିଡିଓ ଦେଖି ସମସ୍ତେ ତାଙ୍କର ପ୍ରଶଂସା କରୁଛନ୍ତି ।

ଏହା ପୂର୍ବରୁ ଫିଲ୍ମ ଶେରଶାହାର “ରାତା ଲମ୍ବିଆ’ ଏବଂ ଶାହାରୁଖ ଖାନଙ୍କ “ଜାଲିମା’ ଗୀତରେ ଲିପସିଙ୍କ୍ କରି ଏହି ଯୋଡ଼ି ଲୋକଙ୍କ ଦୃଦୟ ଜିଣିଛନ୍ତି । କିଲି ପଲ୍ ଏବଂ ନୀମା ବଲିଉଡ୍ ଗୀତରେ ନିଜର ଭିଡିଓ ତିଆରି କରୁଥିବାରୁ ତାଙ୍କର ବଲିଉଡ ପ୍ରତି ଭଲପାଇବାକୁ ପସନ୍ଦ କରୁଛନ୍ତି ଭାରତୀୟ ।

ତେବେ ଏହି ଭିଡିଓ କ୍ୟାଟ୍ରିନା ଏବଂ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ସୂର୍ଯ୍ୟବଂଶୀର ଗୀତ ଟିପ୍ ଟିପ୍ ବର୍ଷାପାନୀ ଗୀତରେ ଡାନ୍ସ କରୁଛନ୍ତି । ଗୀତରେ ସେମାନଙ୍କର ଅନ୍ଦାଜକୁ ବେଶ୍ ପସନ୍ଦ କରୁଛନ୍ତି ଭାରତୀୟ ୟୁଜର୍ସ । ବିଶେଷ କରି ଏହି ଗୀତରେ କିଲିଙ୍କ ଡାନ୍ସ ଷ୍ଟେପ୍ ଲୋକଙ୍କୁ ବେଶ୍ ପସନ୍ଦ ଆସୁଛି । ତାଙ୍କର ଏହି ଭିଡିଓକୁ ଦେଖି ୟୁଜର୍ସ ଏବେ ଅନେକ ମଜାଦାର କମେଣ୍ଟ କରୁଥିବାର ନଜର ଆସିଛନ୍ତି । କେହି ସୋମନଙ୍କ ଆଧାର କାର୍ଡ ତିଆରି କରିବାକୁ କହୁଥିବାବେଳେ, କେହି କହିଛନ୍ତି ତାଙ୍କର ବଲିଉଡ୍ ପ୍ରେମକୁ ଦେଖି ଆମକୁ ଗର୍ବ ଲାଗୁଛି । ଦେଖନ୍ତୁ ଭିଡିଓ…

 

View this post on Instagram

 

A post shared by Kili Paul (@kili_paul)

Get real time updates directly on you device, subscribe now.