fbpx

CDSଙ୍କ ହେଲିକପ୍ଟର କ୍ରାସ୍: ସଂସଦରେ ବିବୃତି ରଖିବେ ରାଜନାଥ ସିଂ

ନୂଆଦିଲ୍ଲୀ: ଭାରତର ସେନା ପ୍ରମୁଖ(ସିଡିଏସ୍) ବିପିନ ରାୱତଙ୍କ ହେଲିକପ୍ଟର କ୍ରାସକୁ ନେଇ ସଂସଦରେ ବିବୃତି ରଖିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାତ ସିଂ । ପତ୍ନୀ ଏବଂ କିଛି ଉଚ୍ଚ ଅଧିକାରୀଙ୍କ ସହିତ ବାୟୁସେନାର ହେଲିକପ୍ଟରରେ ଯାତ୍ରା କରୁଥିବା ବେଳେ କୁନ୍ନୁରରେ ଏହା କ୍ରାସ କରି ଯାଇଥିଲା । ଏହି ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଥିବା ବେଳେ ସଂସଦରେ ମଧ୍ୟ ବିବୃତି ରଖିବେ ବୋଲି ଜଣାପଡିଛି ।

ତାମିଲନାଡୁର ନୀଳଗିରିରେ ସିଡିଏସଙ୍କ ହେଲିକପ୍ଟର କ୍ରାସ କରିଥିଲା । ସମୁଦାୟ ୯ ଜଣ ଏହି ହେଲିକପ୍ଟରରେ ଯାତ୍ରା କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କୁ ଉଦ୍ଧାର କରାଯାଇ ୱେଲିଂଟନ ଏୟାରବେସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ବର୍ତ୍ତମାନ ଯାଏଁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସେନା ପକ୍ଷରୁ ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.