fbpx

ସିଡିଏସ୍ ଚପର କ୍ରାସ୍, ଆସିଲା ତଦନ୍ତ ରିପୋର୍ଟ: ପାଗରେ ପରିବର୍ତ୍ତନ ଯୋଗୁଁ ହୋଇଥିଲା ଦୁର୍ଘଟଣା

ନୂଆଦିଲ୍ଲୀ: ସିଡିଏସ୍ ବିପିନ ରାୱତଙ୍କ ଚପର କ୍ରାସ୍ ଘଟଣାରେ ଆସିଲା ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ । ରିପୋର୍ଟ ଅନୁଯାୟୀ ହଠାତ୍ ପାଗରେ ପରିବର୍ତ୍ତନ ଯୋଗୁଁ ଦୁର୍ଘଟଣା ଘଟିଥଲା । ପାଗରେ ହଠାତ୍ ପରିବର୍ତ୍ତନ ଯୋଗୁଁ ଚପର ମେଘଖଣ୍ଡ ଭିତରକୁ ପଶିଯାଇଥିଲା । ଏଭଳି ପରିସ୍ଥିତିରେ ପାଇଲଟ୍ ଘାବରେଇ ଯାଇଥିଲେ ଏବଂ ନିୟନ୍ତ୍ରଣ ହରାଇବସିଥିଲେ । ପାଇଲଟ୍ ନିୟନ୍ତ୍ରଣ ହରାଇବାରୁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ତଦନ୍ତରୁ ଜଣାପଡ଼ିଛି । କୌଣସି ଯାନ୍ତ୍ରିକ ତ୍ରୁଟି କିମ୍ବା ଅବହେଳା ଯୋଗୁଁ ଦୁର୍ଘଟଣା ଘଟିଥିବା କଥାକୁ ରିପୋର୍ଟରେ ଖାରଜ କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଗତ ଡିସେମ୍ବର ୮ ତାରିଖରେ ଆସମର ୱେଲିଙ୍ଗଣ୍ଟନ ଯିବାବେଳେ କୋଏମ୍ବାଟୁର ଅଞ୍ଚଳରେ ଚପର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏଥିରେ ସିଡିଏସ୍ ବିପିନ୍ ରାୱତ ଓ ତାଙ୍କ ପତ୍ନୀଙ୍କ ସହ ଅନ୍ୟ ୧୩ ଜଣକର ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.