fbpx

(ଭିଡିଓ) ସରପଞ୍ଚ ପ୍ରାର୍ଥୀ ଟିକେଟ ବଣ୍ଟନକୁ ନେଇ ଖଣ୍ଡଯୁଦ୍ଧ: ହାତାହାତି ହେଲେ ବିଜେଡି କର୍ମୀ

ବାଲେଶ୍ବର: ସରପଞ୍ଚ ପ୍ରାର୍ଥୀ ଟିକେଟ ବଣ୍ଟନକୁ ନେଇ ହେଲା ବଚସା ଆଉ ତା’ପରେ ଗଣ୍ଡଗୋଳ । ପରିସ୍ଥିତି ହାତାହାତି ପର୍ଯ୍ୟନ୍ତ ମଧ୍ୟ ଚାଲିଯାଇଥିଲା । ହାତାହାତି ହୋଇଥିଲେ ବିଜେଡି କର୍ମୀ ।

ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବାଲିଆପାଳରେ । ଯେଉଁଠାରେ ସରପଞ୍ଚ ପ୍ରାର୍ଥୀ ଟିକେଟ ବଣ୍ଟନକୁ ନେଇ ହାତାହାତି ହୋଇଥିଲେ କର୍ମୀ । ସୂଚନା ଅନୁଯାୟୀ, ସରପଞ୍ଚ ପ୍ରାର୍ଥୀ ଟିକେଟ ବଣ୍ଟନକୁ ନେଇ ବିଜେଡି ପକ୍ଷରୁ ଏକ ବୈଠକ ଆୟୋଜିତ ହୋଇଥିଲା । ଏହି ବୈଠକରେ ଟିକେଟ ବଣ୍ଟାକୁ ନେଇ ସମର୍ଥକଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା ଯାହାପରେ ପରିସ୍ଥିତି ହାତାହାତି ଆଡ଼କୁ ଯାଇଥିଲା, ଉଗ୍ରରୂପ ନେଇଥିଲା ମାରପିଟ୍ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.