fbpx

କପିଲ ଶର୍ମାଙ୍କ ଜୀବନ କାହାଣୀକୁ ନେଇ ତିଆରି ହେଉଛି ବାୟୋପିକ୍ ଫିଲ୍ମ: ଜାଣନ୍ତୁ କ’ ଣ ରହିଛି ନାଁ

ମୁମ୍ବାଇ: କମେଡି କିଙ୍ଗ୍ କପିଲ ଶର୍ମାଙ୍କୁ କିଏ ନଜାଣେ । ତାଙ୍କର କମେଡିକୁ ନେଇ ସେ ଘରେ ଘରେ ପରିଚିତ ହୋଇପାରିଛନ୍ତି । ନିଜର ପ୍ରତିଭା ଏବଂ ପରିଶ୍ରମ ବଳରେ ଇଣ୍ଡଷ୍ଟ୍ରୀରେ ସେ କରିପାରିଛନ୍ତି ନିଜର ଏକ ସ୍ୱତନ୍ତ୍ର ପରିଚୟ । ଦିନକୁ ଦିନ ସେ ଚଢ଼ିଚାଲଛିନ୍ତି ସଫଳତାର ପାହାଚ । ଏହାରି ମଧ୍ୟରେ କପିଲଙ୍କୁ ନେଇ ଆସିଛି ଆଉ ଏକ ଖବର । କପିଲଙ୍କୁ ନେଇ ତିଆରି ହେବାକୁ ଯାଉଛି ବାୟୋପିକ୍ ଫିଲ୍ମ ।

କପିଲଙ୍କ ବଲିଉଡ ଇଣ୍ଡଷ୍ଟୀ ଯାତ୍ରା ଉପରେ ପର୍ଯ୍ୟବେସିତ ରହିବ ଏହି ବାୟୋପିକରେ । ପ୍ରଯୋଜକ ମହାବୀର ଜୈନ କମେଡି କିଙ୍ଗ୍ କପିଲ ଶର୍ମାଙ୍କ ବାୟୋପିକ୍ ର ଘୋଷଣା କରିଛନ୍ତି । କପିଲଙ୍କ ଏହି ବାୟୋପିକ୍ ର ନାଁ ରହିଛି ‘ଫନକାର’ । ଲଇକା ପ୍ରୋଡକ୍ସନ ବ୍ୟାନରେ ତିଆର ହେବ ଏହି ଫିଲ୍ମ । ଫିଲ୍ମର ନିର୍ଦ୍ଦେଶନା କରିବେ ମୃଗଦୀପ ସିଂହ ଲାମ୍ବା । ମୃଗଦୀପ ‘ଫୁକ୍ରେ’ ଫିଲ୍ମର ମଧ୍ୟ ନିର୍ଦ୍ଦେଶନା କରିଥିଲେ ।

କପିଲଙ୍କ ବଲିଉଡ ଯାତ୍ରା ସେତେଟା ସହଜ ନଥିଲା । ତାଙ୍କୁ ଅନେକ ସଂଗ୍ରାମ କରିବାକୁ ପଡ଼ିଥିଲା । ନିଜ କ୍ୟାରିୟରରେ ସେ ବହୁତ ସଂଗ୍ରାମ କରଛନ୍ତି । ଡିପ୍ରେସନରୁ ବାହରକୁ ଆସିବା ଠାରୁ ନେଇ ସୁନୀଲ ଗ୍ରୋଭରଙ୍କ ସହ ଝଗଡ଼ା, ଅନେକ କାରଣକୁ ନେଇ ସେ ଚର୍ଚ୍ଚାକୁ ଆସିଥିଲେ । ନିକଟରେ କପିଲ କହିଥିଲେ ଯେ ଆଜି ଅର୍ଚ୍ଚନା ପୁରଣ ସିଂହଙ୍କ ଯୋଗୁଁ ଏହି ସ୍ଥାନରେ ପହଞ୍ଚିଛନ୍ତି । ତାଙ୍କ ପାଇଁ ଆଜି ସେ ଷ୍ଟାର ହୋଇପାରିଛନ୍ତି । ସେ ତାଙ୍କୁ ବହୁତ ସାହଯ୍ୟ କରିଛନ୍ତି ।

ସୂଚନାଯୋଗ୍ୟ, କପିଲ ଶର୍ମାଙ୍କର ନେଟଫ୍ଲିକ୍ସରେ ଏକ ଶୋ ଆସିବାକୁ ଯାଉଛି ଯାହାର ନାମ ରହିଛି ‘କପିଲ ଶର୍ମା: ଆଇ ଆମ୍ ନଟ୍ ୟେଟ୍ ଡନ୍’ । ଯାହା ୨୮ ଫେବୃଆରୀରେ ରିଲିଜ୍ ହେବ ।

Get real time updates directly on you device, subscribe now.