fbpx

ଲଞ୍ଚ ହେଲା OnePlus 9RT 5G: ରହିଛି ଦମଦାର କ୍ୟାମେରା ଏବଂ ପ୍ରୋସେସର, ଜାଣନ୍ତୁ କ’ଣ ରହିଛି ଫିଚର୍ସ ଏବଂ ଦାମ…

ନୂଆଦିଲ୍ଲୀ: OnePlus ଭାରତରେ ଏହାର ନୂଆ ସ୍ମାର୍ଟଫୋନ OnePlus 9RT 5G କୁ ଲଞ୍ଚ କରିଛି । କମ୍ପାନୀର ଏହି ଲେଟେଷ୍ଟ ୫ଜି ଫୋନ୍ ଦୁଇଟି ଭ୍ୟାରଏଣ୍ଟ ୮ଜିବି+୧୨୮ ଜିବି ଏବଂ ୧୨ ଜିବି+ ୨୫୬ ରେ ଲଞ୍ଚ କରାଯାଇଛି । ଫୋନର ୮ ଜିବି ଭ୍ୟାରିଏଣ୍ଟର ମୂଲ୍ୟ ୪୨,୯୯୯ ଟଙ୍କା ରହିଥିବାବେଳେ ୧୨  ଜିବି ଭ୍ୟାରିଏଣ୍ଟର ମୂଲ୍ୟ ୪୬,୯୯୯ ଟଙ୍କା ରହିଛି । ୧୭ ଜାନୁଆରୀ ଠାରୁ ଫୋନର ସେଲ ଇ-କମର୍ସ ୱେବସାଇଟ ଆମାଜନରେ ଆରମ୍ଭ ହେବାକୁ ଯାଉଛି । ଫୋନରେ ୫୦ ମେଗାପିକ୍ସଲ କ୍ୟାମେରା ଏବଂ ୧୨୦ ହର୍ଟଜ ଡିସପ୍ଲେ ସହ ରହିଛି ଅନେକ ଫିଚର୍ସ ରହିଛି ।

ଏଭଳି ରହିଛି ଏହାର ଫିଚର୍ସ:

ୱାନ ପ୍ଲସ ୯ ଆରଟି ୫ଜି ଫୋନରେ ୧୦୮୦x୨୪୦୦ ରେଜୋଲ୍ୟୁସନ ସହ 6.62 ଇଞ୍ଚର Full HD+ Samsung E4 Amoled ଡିସପ୍ଲେ ଦିଆଯାଇଛି । ଏହି ଡିସପ୍ଲେରେ 1300 nitsର ପିକ୍ ବ୍ରାଇଟନେସ୍, 120 Hzର ରିଫ୍ରେଶ ରେଟ୍, HDR 10+ ସପୋର୍ଟ, 1300 Hzର ଟଚ୍ ସାମ୍ପଲିଙ୍ଗ ରେଟ୍ ଦେଖବାକୁ ମିଳିବ । ଫୋନରେ LPDDR5 RAM ଦିଆଯାଇଛି । ଫୋନରେ ଦମଦାର Qualcomm Snapdragon 888 ଚିପସେଟର ବ୍ୟବହାର କରାଯାଇଛି ।

ଫୋଟୋଗ୍ରାଫୀ ପାଇଁ ଏଥିରେ ଟ୍ରିପଲ ରିୟର କ୍ୟାମେରା ସେଟଅପ୍ ଦେଖିବାକୁ ମିଳିବ । ଯେଉଁଥିରେ 50 MPର Sony IMX 766 ପ୍ରାଇମେରୀ କ୍ୟାମେରା, 16 MPର ଅଲ୍ଟ୍ରାୱାଇଡ ଆଙ୍ଗେଲ ଏବଂ ଏକ 2 MPର ମାକ୍ରୋ କ୍ୟାମେରା ଲେନ୍ସ ଦିଆଯାଇଛି । ସେଲ୍ଫୀ ପାଇଁ ଫୋନରେ 16 MPର ଫ୍ରଣ୍ଟ କ୍ୟାମେରା ରହିଛି । ଫୋନରେ 4500 mAh ବ୍ୟାଟେରୀ ସହ 65 Wର ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି ।

ଫୋନର os କହିଲେ ଏହା Android 11 ଯୁକ୍ତ OxygenOS 12 ଦ୍ୱାରା ପରିଚାଳିତ । ଫୋନରେ ୫ଜି, ୪ଜି, ୱାଇ ଫାଇ ୬, ବ୍ଲୁଟୁଥ୍ ୫.୨, ଜିପିଏସ୍, ଏନଏଫସି ଏବଂ ୟୁଏସବି ଟାଇପ୍ ସି ପୋର୍ଟ ଅପ୍ସନ ମଧ୍ୟ ମିଳିବ । ତେବେ ଫୋନରେ ୩.୫ ଏମଏମ ଜ୍ୟାକ୍ ଦିଆଯାଇନାହିଁ ।

Get real time updates directly on you device, subscribe now.