fbpx

ଶିବ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଲେ ଦୁର୍ବୁତ୍ତ: ଥାନାରେ ଅଭିଯୋଗ କଲେ ଗ୍ରାମବାସୀ ଓ ମନ୍ଦିର କମିଟି

ନବରଙ୍ଗପୁର: ରାଇଘର ବ୍ଲକ ଅନ୍ତର୍ଗତ ପୁରାତନ ଶୈବ ପୀଠ ପାରୂଆ ଶିବ ମନ୍ଦିର ରୁ ଗତ କାଲି ଚୋରୀ ହୋଇଥିବା ରାଇଘର ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଚୋରି ଗୁରୁବାର ବିଳମ୍ବିତ ରାତିରେ ହୋଇଥିଲା । ଚୋରମାନେ ମନ୍ଦିରରେ ଲାଗିଥିବା ସିସିଟିଭି କ୍ୟାମେରାର ତାର ଗୁଡ଼ିକ କାଟି ଦେଇଥିଲେ ଏବଂ ମନ୍ଦିର ପ୍ରାଙ୍ଗଣରେ ଥିବା ଦାନ ହୁଣ୍ଡି ଭାଙ୍ଗି ହୁଣ୍ଡି ପଇସା ଏବଂ ମନ୍ଦିର ଅଫିସ କାର୍ଯ୍ୟାଳୟରେ ଥିବା ଆଲମୀରାରୁ ପାଖା ପାଖି 40 ହଜାର ଟଙ୍କା ଚୋରି କରିଥିବା ଜଣାପଡ଼ିଛି ।

ଏ ନେଇ ମନ୍ଦିର କମିଟି ଓ ଗ୍ରାମବାସୀ ଥାନାରେ ଅଭିଯୋଗ କରିଛନ୍ତି । କେସ ରୁଜ୍ଜୁ ସହ ଅଭିଯୋଗ ପରେ ଥାନା ଅଧିକାରୀ ଟଙ୍କ ଗିରି ଭୋଇ ଏବଂ ଥାନା ଷ୍ଟାଫ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି। ପ୍ରକାଶ ଥାଉ କି ଗତ କିଛି ଦିନ ହେବ ଅଞ୍ଚଳରେ ବାରମ୍ଵାର ଚୋରି ହୋଇଥିବା ବେଳେ ପୋଲିସ ତରଫରୁ ପେଟୋଲିଂ ବ୍ୟବସ୍ଥାକୁ କଡ଼ା କଡ଼ି କରିବାକୁ ସାଧାରଣରେ ଦାବି ହେଉଛି।

Get real time updates directly on you device, subscribe now.