fbpx
BSKY
BJD SHG SKY
BJD YOUTH SKY

ରାଜା ପରି ପାଳନ କଲେ ଜନ୍ମଦିନ, ଖଣ୍ଡାରେ କାଟିଲେ ଏକ ଡର୍ଜନରୁ ଅଧିକ କେକ

ନୂଆଦିଲ୍ଲୀ : ଏବେ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି ଜନ୍ମଦିନ ଭିଡିଓ । କିଏ ରାସ୍ତା ଉପରେ ଗାଡି ରଖି ଜନ୍ମଦିନ ପାଳନ କରୁଛି କିଏ ଲୋକମାନଙ୍କ ଗହଣରେ ଜନ୍ମଦିନ ପାଳନ କରୁଛି । କିଏ ରାଜା ପରି ଖଣ୍ଡାରେ କେକ କାଟି ଜନ୍ମ ଦିନ ପାଳନ କରୁଛି ।

ସେହିପରି ଏକ ଭିଡିଓ ସାମ୍ନାକୁ ଆସିଛି ନୟାନଗର ପରିସରରୁ । ରୁଝାନ ଲାଲ ଶେଖ ନାମକ ଜଣେ ବ୍ୟକ୍ତି ଗୋଟଏ ଡର୍ଜନ କେକକୁ ଖଣ୍ଡା ଦ୍ୱାରା କାଟିଥିଲେ । ରୁଝାନ ଲାଲ ଶେଖ ହେଉଛନ୍ତି ପୋଲିସର ପରାମର୍ଶଦାତା ସେ ପୋଲିସକୁ ସୂଚନା ଦେଇଥାନ୍ତି । ଏହି ଭାଇରାଲ ହେଉଥିବା ଭିଡିଓଟି ୨ ଦିନ ପୂର୍ବର ବୋଲି କୁହାଯାଉଛି ।

ରୁଝାନ ଶେଖଙ୍କ ସାଙ୍ଗରେ ତାଙ୍କ ଅନ୍ୟ ସାଙ୍ଗମାନେ ଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହି ସାଙ୍ଗମାନଙ୍କ ମଧ୍ୟରେ ଜଣେ ସାଙ୍ଗ ଡ୍ରଗ୍ସ ବ୍ୟବସାୟୀ ଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଭାଇରାଲ ହେବା ପରେ ସେହି ଅଞ୍ଚଳର ଲୋକମାନେ ଚିନ୍ତା କରୁଛନ୍ତି ଆମ ଅଞ୍ଚଳରେ ପୋଲିସ ଠାରୁ ଅଧିକ ରାଜ ଚୋରମାନଙ୍କର ଚାଲିଛି । ଯାହା ଫଳରେ ଲୋକମାନେ ଖଣ୍ଡା ଧରି ଏପରି କାରନାମା କରୁଥିବା ସାମ୍ନାକୁ ଆସିଛି । ପୋଲିସ ପାଇଁ କାମ କଲେ କ’ଣ ପୋଲିସ ଲୋକମାନଙ୍କୁ ରାଜା ପରି ବଞ୍ଚିବା ପାଇଁ ଅଧିକାର ଦେଉଛି । କ’ଣ ସେମାନଙ୍କ ପାଇଁ କୌଣସି ନିୟମ କାନୁନ ନାହିଁ । ବୋଲି ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ ।

Get real time updates directly on you device, subscribe now.