fbpx
BSKY
BJD SHG SKY
BJD YOUTH SKY

ଋଣ ଆଦାୟ ଲାଗି SBI ର ଅଭିନବ ପଦକ୍ଷେପ, ପ୍ରତି ମାସରେ ପଠାଉଛି ଚକୋଲେଟ୍‌

ମୁମ୍ବାଇ: ଦେଶର ସବୁଠାରୁ ବୃହତ୍ତ ଋଣଦାତା ଭାରତୀୟ ଷ୍ଟେଟ ବ୍ୟାଙ୍କ ଋଣଗ୍ରହୀତା କିପରି ଠିକ୍ ସମୟରେ ମାସିକ କିସ୍ତି ଭରିବେ ସେଥିଲାଗି ଏକ ଅଭିନବ ଯୋଜନା ଆରମ୍ଭ କରିଛି । ମାସିକ କିସ୍ତି ଭରିବାରେ ବିଳମ୍ବ କରୁଥିବା ଋଣଗ୍ରହୀତା ବିଶେଷକରି ଖୁଚୁରା ଋଣଗ୍ରହୀତାଙ୍କୁ ବ୍ୟାଙ୍କ ଚକୋଲେଟ୍ ପଠାଉଛି ।

ଏକ ବୟାନରେ ବ୍ୟାଙ୍କ କହିଛି ଇଏମ୍‌ଆଇ ଭରିବାରେ ବିଳମ୍ବ କରୁଥିବା ଋଣଗ୍ରହୀତାଙ୍କୁ ବ୍ୟାଙ୍କ ପକ୍ଷରୁ ସ୍ମରଣ କରାଯିବା ପରିବର୍ତ୍ତେ ବି କୌଣସି ଜବାବ ମିଳୁନାହିଁ । ଏଣୁ ବ୍ୟାଙ୍କ ଏହି ଅଭିନବ ଯୋଜନା ଆପଣାଇଛି । ସୁଧ ହାର ବୃଦ୍ଧି ସହିତ କ୍ଷୁଦ୍ର ଋଣ ବିତରଣ ବି ବଢୁଛି । ଏଣୁ ଋଣ ଆଦାୟ ଲାଗି ଏହି ପଦକ୍ଷେପ ନିଆଯାଇଛି ।
ଏସବିଆଇର ଖୁଚୁରା ଋଣ ଆବଣ୍ଟନ ଜୁନ୍ ୨୦୨୩ ତ୍ରୈମାସରେ ୧୬.୪୬ ପ୍ରତିଶତ ବୃଦ୍ଧି ପାଇ ୧୨,୦୪,୨୭୯ କୋଟି ଟଙ୍କାରେ ପହଞ୍ଚିଛି ଯାହା ଗତ ଆର୍ଥିକ ବର୍ଷ ଏହି ସମୟରେ ୧୦,୩୪,୧୧୧ କୋଟି ଥିଲା । ବ୍ୟାଙ୍କର ମୋଟ ଋଣ ୧୩.୯ ପ୍ରତିଶତ ବୃଦ୍ଧି ସହିତ ୩୩,୦୩,୭୩୧ କୋଟିରେ ପହଞ୍ଚିଛି ।

ବ୍ୟାଙ୍କ କହିଛି ଚକୋଲେଟର ଏକ ପ୍ୟାକେଟ୍ ସହିତ ବ୍ୟକ୍ତିଗତ ଭାବରେ ଋଣଗ୍ରହୀତାଙ୍କୁ ଭେଟିବାର ଏହି ନୂଆ ତରିକା ଏଇଥିପାଇଁ ଆପଣାଯାଇଛି କି ଋଣଗ୍ରହୀତା ଫୋନକଲ୍‌ର ବି ଜବାବ ଦେଉନାହାନ୍ତି । ତେଣୁ କିଛି ନ ଜଣାଇ ସେମାନଙ୍କ ଘରେ ପହଞ୍ଚି ସେମାନଙ୍କୁ ଏପରି ସରପ୍ରାଇଜ୍ ଦେବାରେ ସଫଳତା ମିଳିବ ବୋଲି ବ୍ୟାଙ୍କ ଆଶା କରିଛି ।

Get real time updates directly on you device, subscribe now.