fbpx

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ; ୨ଯାତ୍ରୀବାହି ଟ୍ରେନ୍ ବାତିଲ

AAKASH

ସମ୍ବଲପୁର: ସର୍ଲା ୟାର୍ଡଠାରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ବିଳମ୍ବିତ ରାତିରେଏପରି ଘଟଣା ଘଟିଥିବା ଜଣାପଡିଛି । ତେବେ ଏହି ମାଲବାହୀ ଟ୍ରେନର ୪ ଟି ବଗି ଲାଇଚ୍ୟୁତ ହୋଇଥିବା ସୂଚନା ମିଳିଛି । ତେବେ ଏହି ଟ୍ରେନଟି ଝାରସୁଗୁଡା ପଟୁ ସୁମେଣ୍ଟ ନେଇ ଆସୁଥିବା ବିଶେଷ ସୁତ୍ରରୁ ପ୍ରକାଶ ।ଏହି ମାଲବାହୀ ଟ୍ରେନ ଲାଇଚୁତ୍ୟ ପରେ ବର୍ତ୍ତମାନ ଟ୍ରାକ ମରାମତି କାର୍ଯ୍ୟ ଜାରୀ ରହିଛି । ତେବେ କିପରି ଟ୍ରେନଟି ଲାଇନଚ୍ୟୁତ ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।

ଏହି ମାଲବାହୀ ଟ୍ରେନ୍ ଲାଇଚ୍ୟୁତ ପରେ ସୁରକ୍ଷା ଦୃଷ୍ଟିରୁ କିଛି ଯାତ୍ରୀବାହି ଟ୍ରେନକୁ ବାଦିଲ କରିଯାଇଛି । ଯାହାଫଳରେ ରାଉକେଲା- ଭୁବନେଶ୍ୱର ଏକ୍ସପ୍ରେସକୁ ଅଜି ରଦ୍ଦ କରାଯାଇଛି । ସେହିପରି ଝାତସୁଗୁଡା- ସମ୍ବଲପୁର ପାସେଞ୍ଚର ଟ୍ରେନ ମଧ୍ୟ ଆଜିପାଇଁ ବାତିଲ ହୋଇଛି । ଏତତ୍ ବ୍ୟତୀତ କିଛି ଯାତ୍ରୀବାହୀ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । ଫଳରେ ଅନେକ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣା ପଡିଛି ।

Get real time updates directly on you device, subscribe now.