fbpx
BSKY SKY
BSKY SKY

ପୁଣି ଫେରିଲା ଲକଡାଉନ: କରୋନା ମରିନାହିଁ, ଅନେକ ଦେଶରେ କାୟା ବିସ୍ତାର କଲାଣି ଏକ ନୂଆ ସବ୍ ଭାରିଆଣ୍ଟ

BSKY

ନୂଆଦିଲ୍ଲୀ: ଗତ ଦୁଇବର୍ଷ ଧରି କରୋନା ମହାମାରୀ ସାରା ବିଶ୍ୱକୁ ନିଜର ମାୟାଜାଲରେ କବଳିତ କରି ରଖିଛି । ଏହା ମଧ୍ୟରେ କୋଭିଡ-୧୯ର ଏକାଧିକ ଭାରିଆଣ୍ଟ, ସବ୍ ଭାରିଆଣ୍ଟି ସାମ୍ନାକୁ ଆସିଥିଲା । ଗତ କିଛି ମାସ ଧରି ବିଭିନ୍ନ ଦେଶରେ କରୋନାର ସଂକ୍ରମଣ ହ୍ରାସ ପାଇଥିବା ବେଳେ ଭାଇରସକୁ ନେଇ ଲୋକମାନେ ଆଉ ପୂର୍ବ ପରି ଚିନ୍ତିତ ନଥିବା ମନେହେଉଛି ।

ତେବେ ଏହା ମଧ୍ୟରେ ପୁଣି ଏକ ନୂଆ ଭାରିଆଣ୍ଟ ସାମ୍ନାକୁ ଆସିଛି । ଚୀନରୁ ଶେନଝେନରୁ ବିଏଫ.୭ ନାମକ ଏକ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହି ନୂଆ ସବ୍ ଭାରିଆଣ୍ଟ ଇମ୍ୟୁନ ସିଷ୍ଟମକୁ ଚକମା ଦେବାର କ୍ଷମତା ରଖୁଥିବା ଜଣାପଡ଼ିଛି । ଗତ ୧୦ ତାରିଖରେ ଚୀନରୁ ୨,୦୮୯ଟି ମାମଲା ସାମ୍ନାକୁ ଆସିଥିଲା । ଗତ ଅଗଷ୍ଟ ୨୦ ତାରିଖ ପରେ ଏହି ସଂଖ୍ୟା ସବୁଠାରୁ ଅଧିକ ଅଟେ ।

ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚୀନର କିଛି ସ୍ଥାନରେ ପୁଣି ଲକଡାଉନ ଲାଗୁ ହୋଇଛି । ଲୋକଙ୍କ ପାଇଁ କଟକଣା ଲାଗୁ କରାଯିବା ସହ ନୂଆ ଟ୍ରାଭେଲ ଗାଇଡଲାଇନ ଜାରି କରାଯାଇଛି । ବର୍ତ୍ତମାନ ଚୀନରେ ଓମିକ୍ରନର ଦୁଇଟି ନୂଆ ସବ୍ ଭାରିଆଣ୍ଟ ବିଏଫ.୭ ଓ ବିଏ.୫.୧.୭ କାରଣରୁ କରୋନାର ମାମଲା ବଢ଼ିବାରେ ଲାଗିଛି । ସପ୍ତାହ ବ୍ୟାପି ଚାଲିଥିବା ରାଷ୍ଟ୍ରୀୟ ଦିବସରେ ଜନ ସମାଗମ କାରଣରୁ କିଛି ଅଞ୍ଚଳରେ କରୋନାର ପ୍ରସାର ହୋଇଥିବା କୁହାଯାଉଛି । ଓମିକ୍ରନର ସବ୍ ଭାରିଏଣ୍ଟ କାରଣରୁ ୟୁକେ ଓ ଜର୍ମାନୀରେ ମଧ୍ୟ ମାମଲା ବଢ଼ିବାରେ ଲାଗିଛି ।

Get real time updates directly on you device, subscribe now.