fbpx

କରୋନା ମୃତ୍ୟୁ ପାଇଁ ମିଳିବ ଆର୍ଥିକ ସହାୟତା; ଏତିକି ଟଙ୍କା ଘୋଷଣା କଲେ ସରକାର

ନୂଆଦିଲ୍ଲୀ: କରୋନାରେ ବିଶ୍ୱବ୍ୟାପୀ ଅଗଣିତ ମୃତ୍ୟୁ ହୋଇଥିବା ବେଳେ ଭାରତରେ ମଧ୍ୟ ସମାନ ଅବସ୍ଥା ଜାରି ରହିଛି । ଏପରି ପରସ୍ଥିତିରେ ସରକାରଙ୍କ ପକ୍ଷରୁ କରୋନା ମୃତ୍ୟୁ ପାଇଁ ସହାୟତା ରାଶି ମଧ୍ୟ ପ୍ରଦାନ କରାଯାଉନାହିଁ । କରୋନାର ପ୍ରଥମ ଲହର ସମୟରେ ଘଟିଥିବା ମୃତ୍ୟୁ ବାବଦରେ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା । ତେବେ ଦ୍ୱିତୀୟ ଲହରରେ ଘଟିଥିବା ମୃତ୍ୟୁକୁ ନେଇ କୌଣସି କ୍ଷତିପୂରଣ ପ୍ରଦାନ କରାଯାଇନଥିଲା । ଏହାକୁ ନେଇ ଦୁଇ ଜଣ ଓକିଲ କୋର୍ଟରେ ମାମଲା ରୁଜୁ କରିଥିଲେ । ଏହି ଯାଚିକା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତି ମୃତକଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଥିଲା ।

ତେବେ ଏହି ଅର୍ଥରାଶି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ । ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏନଡିଏମଏ)ରୁ ଏହି ଅର୍ଥ ପ୍ରଦାନ କରାଯିବ । ପୂର୍ବରୁ କ୍ଷତିପୂରଣ ରାଶି ନିର୍ଣ୍ଣୟ କରିବା ପାଇଁ ଏନଡିଏମଏକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

Get real time updates directly on you device, subscribe now.