fbpx

କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଅ।ଦିଲ୍ଲୀ,୮ା୧: କେନ୍ଦ୍ର କ୍ୟାବିନେଟରେ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ୮ ରାଜ୍ୟରେ ପାଇପ୍ ଗ୍ୟାସ ପ୍ରତିଷ୍ଠା ପାଇଁ କ୍ୟାବିନେଟ ମୋହର ମାରିଥିବା ସୂଚନା ମିଳିଛି । ଏହି ଗ୍ୟାସ୍ ଗ୍ରୀଡ଼ରେ ୫ହଜାର ୫୫୯କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ନୀଳାଚଳ ଇସ୍ପାତ ନିଗମ ଲି.ରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆଯାଇଛି । ଉତ୍ତର-ପୂର୍ବାଞ୍ଚଳର ୫ରାଜ୍ୟରେ ପ୍ରାକୃତିକ ଗ୍ୟାସ୍ ମିଳିବା ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ମିଲିଣ୍ଡା ଓ ବିଲ୍ ଗେଟସଙ୍କ ସହ ଏମଓୟୁକୁ ମଞ୍ଜୁରି ମିଳିଛି । ଭାରତ ଓ ବ୍ରିଟେନ ମଧ୍ୟରେ ବୁଝାମଣାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଛି । ଭାରତୀୟ ରେଳକୁ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାକୁ ଏମଓୟୁ ହୋଇଛି । ସେହିପରି ଭାରତ ଓ ଫ୍ରାନ୍ସ ମଧ୍ୟରେ ରାଜିନାମାକୁ କ୍ୟାବିନେଟର ମଞ୍ଜୁରି ମିଳିଛି । ପ୍ରବାସ ଓ ଗତିଶୀଳତା ସହଭାଗିତା ନେଇ ଭାରତ ଓ ଫ୍ରାନ୍ସ ମଧ୍ୟରେ ରାଜିନାମା ହୋଇଥିଲା । ୨୦୧୮ରେ ସ୍ୱାକ୍ଷରିତ ଚୁକ୍ତି ୭ବର୍ଷ ପାଇଁ କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.