fbpx

ଟେଲିକମ୍ କମ୍ପାନୀ ଗୁଡ଼ିକୁ କେନ୍ଦ୍ରର ଆଦେଶ, ଅନ୍ତର୍ଜାତୀୟ କଲ୍ ଓ ମେସେଜକୁ ୨ ବର୍ଷ ଯାଏଁ ସଂଗୃହିତ କରି ରଖିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଇଣ୍ଡରନେଟ୍ ଜରିଆରେ ବିଦେଶରୁ ଆସୁଥିବା କଲ୍, ସାଟେଲାଇନ୍ ଫୋନ୍ କଲ୍, କନଫରେନ୍ସ କଲ୍ ଏବଂ ମେସେଜ୍ ଗୁଡ଼ିକୁ ଅନ୍ତତଃପକ୍ଷେ ଦୁଇବର୍ଷ ପର୍ଯ୍ୟନ୍ତ ସଂଗୃହିତ କରି ରଖିବାକୁ ବାଧ୍ୟତାମୂଳକ କରିଛନ୍ତି । ଏନେଇ କେନ୍ଦ୍ର ସରକାର ସମସ୍ତ ଟେଲିକମ୍ କମ୍ପାନୀ ଗୁଡ଼ିକୁ ଆଦେଶ ଦେଇଛନ୍ତି । ଦୁରସଞ୍ଚାର ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ପରିଚୟ ପତ୍ରରେ ଦୁରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ଗୁଡ଼ିକୁ ଅନ୍ତର୍ଜାତୀୟ କଲ୍ ଏବଂ ମେସେଜ୍ କୁ ସୁରକ୍ଷିତ କରି ରଖିବାକୁ ବାଧ୍ୟତାମୁଳକ କରିବା ନେଇ ଆଦେଶ ଜାରି କରାଯାଇଛି ।

ଗତ ଡିସେମ୍ବରରେ ୟୁନିଫାଏଡ୍ ଲାଇସେନ୍ସରେ କରାଯାଇଥିବା ସଂଶୋଧନ ପରେ ଦୁରସଞ୍ଚାର ବିଭାଗ ଏହି ପଦକ୍ଷେପ ନେଇଛି, ଯାହା ଇଣ୍ଟରନେଟ୍ ବିବରଣୀ ଯଥା କଲ୍ ଏବଂ ମେସେଜ୍ କୁ ଦୁଇ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ କରି ରଖିବାକୁ ବାଧ୍ୟତାମୁଳକ କରାଯାଇଥିଲା । ପୂର୍ବରୁ ଏହି ବ୍ୟବସ୍ଥା କେବଳ ଗୋଟିଏ ବର୍ଷ ପାଇଁ ପ୍ରଯୁଜ୍ୟ ଥିଲା । ୟୁନିଫାଏଡ୍ ଲାଇସେନ୍ସ ଧାରକ କମ୍ପାନୀଗୁଡିକ ହେଉଛି ଭାରତ ଏୟାରଟେଲ୍, ରିଲାଏନ୍ସ ଜିଓ, ଭୋଡାଫୋନ୍ ଜିଓ, ବିଏସ୍ଏନ୍ଏଲ୍ । ସାଟେଲାଇଟ୍ ଫୋନ୍ ସେବା ବ୍ୟତୀତ ସେମାନେ ନିଜ ଗ୍ରାହକଙ୍କୁ ସମସ୍ତ ପ୍ରକାରର ଟେଲି ଯୋଗାଯୋଗ ସେବା ପ୍ରଦାନ କରନ୍ତି ।

ଗତ ଶୁକ୍ରବାର ଦିନ ବିଭାଗ ତରଫରୁ ଜାରି ହୋଇଥିବା ଏହି ଆଦେଶ ମୁତାବକ, ଲାଇସେନ୍ସଧାରକ କମ୍ପାନୀ ଗୁଡ଼ିକର କଲ୍ ଡାଟା ରେକର୍ଡ, ଆଇପି ରେକର୍ଡ ଏବଂ ସମସ୍ତ ବ୍ୟବସାୟିକ ରେକର୍ଡ ଗୁଡ଼ିକୁ ପାଖାପାଖି ଦୁଇବର୍ଷ ପର୍ଯ୍ୟନ୍ତ ଷ୍ଟୋର୍ କରି ରଖାଯିବ । ଯାହାଫଳରେ ସରକାର ସୁରକ୍ଷା କାରଣରୁ ସେସବୁର ଯାଞ୍ଚ କରିପାରିବେ । ଦୁଇବର୍ଷ ପୂରା ହେବାପରେ ସେସବୁକୁ ନଷ୍ଟ କରିପାରିବେ ।

Get real time updates directly on you device, subscribe now.