fbpx

ଅନଲାଇନ୍ ଜୁଆଖେଳ ବିଜ୍ଞାପନକୁ ନେଇ ନ୍ୟୁଜ ପବ୍ଲିସର, ଟିଭି ଚ୍ୟାନେଲ, OTT ପ୍ଲାଟଫର୍ମକୁ କେନ୍ଦ୍ର ସରକାରଙ୍କ ଚେତାବନୀ

ନୂଆଦିଲ୍ଲୀ: ଅନଲାଇନ୍ ଜୁଆଖେଳ ବିଜ୍ଞାପନକୁ ନେଇ ଚେତାବନୀ ଦେଲେ କେନ୍ଦ୍ର ସରକାର। ଘରୋଇ ସାଟେଲାଇଟ୍ ଚ୍ୟାନେଲ୍, ଓଟିଟି ପ୍ଲାର୍ଟଫର୍ମ ଏବଂ ୱେବସାଇଟ୍ ମାନଙ୍କରେ ଜୁଆଖେଳ ୱେବସାଇଟ୍ ଗୁଡ଼ିକର ବିଜ୍ଞାପନ କରିବାରୁ ଦୁରେଇ ରହିବାକୁ କହିଛନ୍ତି। ଏହାକୁ ନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଏକ ଆଡଭାଇଜାରୀ ଜାରି କରିଛନ୍ତି। ଦେଶରେ ଅନଲାଇନ୍ ପୋର୍ଟାଲ ବଢି ଚାଲିଥିବା ବେଳେ ଏଗୁଡ଼ିକୁ ବିଭିନ୍ନ ଘରୋଇ ଟିଭି ଚ୍ୟାନେଲ ଏବଂ ଓଟିଟି ତଥା ସୋସିଆଲ ମିଡିଆ ଏହାର ପ୍ରଚାର ପ୍ରସାରକୁ ପ୍ରସୟ ଦେଉଥିବା ଦେଖିବାକୁ ମିଳିଛି।

ଏହାକୁ ନଜରରେ ରଖି ମନ୍ତ୍ରାଳୟ ପକ୍ଷରୁ ନେଟଫ୍ଲିକ୍ସ, ହଟଷ୍ଟାର ଏବଂ ଆମାଜନ ପ୍ରାଇମ ଭିଡିଓ ତଥା ଘରୋଇ ସାଟେଲାଇଟ୍ ଟିଭି ଚ୍ୟାନେଲ ପରି ଓଭର-ଦ-ଟପ୍ (ଓଟିଟି) ପ୍ଲାଟଫର୍ମରେ ବେଟିଂ ବିଜ୍ଞାପନ ଦେଖାଇବା ବିରୋଧରେ ଏହା ଏକ କଠୋର ଆଡଭାଇଜାରୀ ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ ଯଦି ସରକାରଙ୍କ ପରାମର୍ଶ ପାଳନ ନହୁଏ ତେବେ ପ୍ରଯୁଜ୍ୟ ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ।

ଏଥିରେ କୁହାଯାଇଛି ଯେ, ମନ୍ତ୍ରଣାଳୟ ନଜର ରଖିଛି ଯେ କେତେକ ନ୍ୟୁଜ୍ ପ୍ଲାଟଫର୍ମ ଏବଂ ଓଟିଟି ପ୍ଲାଟଫର୍ମରେ ବେଟିଂ ପ୍ଲାଟଫର୍ମର ପ୍ରୋତ୍ସାହନମୂଳକ ବିଷୟବସ୍ତୁ ଏବଂ ବିଜ୍ଞାପନଗୁଡିକ ଦୃଶ୍ୟମାନ ପ୍ରଦର୍ଶନ କରାଯାଉଛି। ଆହୁରି ମଧ୍ୟ ଦେଖିବାକୁ ମିଳୁଛି ଯେ କିଛି ‘ଅନଲାଇନ୍ ଅଫଶୋର ବେଟିଂ ପ୍ଲାଟଫର୍ମ ସମ୍ବାଦ ୱେବସାଇଟ ଏବଂ ଡିଜିଟାଲ୍ ମିଡିଆରେ ବେଟିଂ ପ୍ଲାଟଫର୍ମ ବିଜ୍ଞାପନ କରିବା ପାଇଁ ବ୍ୟବହାର କରିବା ଆରମ୍ଭ କରିଛି।’

ତେବ ଭାରତର ଅନେକ ସ୍ଥାନରେ ଜୁଆଖେଳ ଅବୈଧ ଅଟେ। ଏହାଛଡ଼ା ଭାରତ ସରକାରଙ୍କ ଓପଭୋକ୍ତା ସଂରକ୍ଷଣ ଅଧିନୟମ ୨୦୧୯ ଅନୁଯାୟୀ ଭ୍ରମାତ୍ମକ ବିଜ୍ଞାପନ ତଥା ଏହାର ସମର୍ଥନ କରିବା ଅବୈଧ ଏବଂ ନିଶିଦ୍ଧ ଅଟେ। ଏହା ସହିତ ସୋସିଆଲ ମିଡିଆ ଏଥିକ୍ସ କୋଡ୍ ୨୦୨୧ ଅଧୀନିୟମ ଅନୁଯାୟୀ ମନ୍ତ୍ରାଳୟ କହିଛି ଯେ, ଜୂଆ ଖେଳର ବିଜ୍ଞାପନ କରିବା ଏକ ଅବୈଧ ଗତିବିଧି ଅଟେ। ଯାହାକୁ ସୋସିଆଲ ମିଡିଆରେ ଦେଖାଯାଇ ପାରିବ ନାହିଁ।

Get real time updates directly on you device, subscribe now.